Advertisment

ପତ୍ନୀକୁ ଗରମ ଲୁହା ରଡ୍‌ ଚେଙ୍କ ଦେଇ ସ୍ୱାମୀ ଗିରଫ

Advertisment
ନିଶା ବଟିକା ଜବତ, ଜଣେ ଗିରଫ

ବାଙ୍ଗାଲୁର: ବାଙ୍ଗାଲୁରର ବନସଓ୍ଵାଦି ପୁଲିସ୍‌ ଷ୍ଟେସନ୍‌ ସୀମାରେ ମଙ୍ଗଳବାର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବ୍ୟକ୍ତିଗତ ଅଙ୍ଗକୁ ଗରମ ଲୁହା ରଡରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କୁ ଅତ୍ୟାଚାର କରିଥିବା ଅଭିଯୋଗରେ ମଦ୍ୟପ ସ୍ୱାମୀଙ୍କୁ ପୁଲିସ୍‌ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ମଦ୍ୟପ ଦୀଲିପ କୁମାର ଦୀର୍ଘ ଦିନ ହେବ ତାଙ୍କ ପତ୍ନୀଙ୍କୁ ଅତ୍ୟାଚାର କରି ଆସୁଥିଲେ। ଏପରିକି ବାରମ୍ବାର ମାରଧର କରି ମହିଳାଙ୍କଠରୁ ଟଙ୍କା ନେଉଥିଲେ। ରବିବାର ଦିନ ଦୀଲିପ ମହିଳାଙ୍କୁ ତାଙ୍କ ଗହଣା ମାଗିଲେ। ମହିଳା ଜଣକ ଦେବାକୁ ମନା କରିବାରୁ ରାତି ପାଖାପାଖି ୨ଟା ବେଳେ ଦୀଲିପ ତାଙ୍କୁ ବାଡ଼ାପିଟା କରି ଏକ ତତଲା ଲୁହା ରଡ୍‌ରେ ତାଙ୍କ ବ୍ୟକ୍ତଗତ ଅଙ୍ଗକୁ ଚେଙ୍କ ଦେଇଥିଲେ। ମଙ୍ଗଳବାର ଦିନ ପୀଡ଼ିତାଙ୍କ ଘରଲୋକ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ଦୀଲିପଙ୍କୁ ଗିରଫ କରିଛି। ମହିଳା ଜଣକ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ମହିଳାଙ୍କ କହିବା ଅନୁସାରେ ତାଙ୍କ ବାପାମାଆ ପୁଲିସ୍‌ ଆଗରେ ମହିଳାଙ୍କ ମଦ୍ୟପ ସ୍ୱାମୀ ଦୀଲିପ କୁମାରଙ୍କ ସଂପର୍କରେ ପୁଲିସ୍‌କୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe