ଆକାଉଣ୍ଟକୁ ଭୁଲରେ ଆସିଥିବା ୮୦ଲକ୍ଷରୁ ଊର୍ଧ୍ୱ ଟଙ୍କାକୁ ଏପରି ଖର୍ଚ୍ଚ କରିଦେଲେ ଦମ୍ପତ୍ତି , ତା’ପରେ..

Advertisment
ଆକାଉଣ୍ଟକୁ ଭୁଲରେ ଆସିଥିବା ୮୦ଲକ୍ଷରୁ ଊର୍ଧ୍ୱ ଟଙ୍କାକୁ ଏପରି ଖର୍ଚ୍ଚ କରିଦେଲେ ଦମ୍ପତ୍ତି , ତା’ପରେ..

ପେନସିଲଭାନିଆ: ଭାବନ୍ତୁ ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯଦି ହଠାତ ଲକ୍ଷାଧିକ ଟଙ୍କା ଜମା ହୋଇଯିବ, ତେବେ ଆପଣ କ’ଣ କରିବେ ବ୍ୟାଙ୍କ୍‌କୁ ଖବର ଦେବେ ନାଲୋଭରେ ଖର୍ଚ୍ଚ କରି ଦେବେ। ଏମିତି ଏକ ଘଟଣା ପେନସିଲଭାନିଆରେ ଦମ୍ପତ୍ତିଙ୍କ ସହିତ ଘଟିଛି।

publive-image

ସୂଚନାଯୋଗ୍ୟ, ଆମେରିକାର ପେନସିଲଭାନିଆରରେ ବସବାସ କରୁଥିବା ରବର୍ଟ ୱିଲିୟମ୍‌ସ(୩୬) ଏବଂ ତାଙ୍କ ପତ୍ନୀ ଟିଫନି ୱିଲିୟମ୍‌ସ(୩୫)ଙ୍କ ଆକାଉଣ୍ଟକୁ ମଇ ୩୧ତାରିଖରେ ୧ଲକ୍ଷ ୨୦ହଜାର ଡଲାର (ପାଖାପାଖି ୮୬ଲକ୍ଷ)ଟଙ୍କା ଭୁଲବଶତଃ ଟ୍ରାନ୍‌ସଫର ହୋଇ ଯାଇଥିଲା। ଦମ୍ପତ୍ତି କିନ୍ତୁ ଏହି ବିଷୟରେ ବ୍ୟାଙ୍କକୁ ସୂଚନା ଦେବା ପରିବର୍ତ୍ତେ ଏହି ଟଙ୍କାରେ ଗୋଟିଏ ଏସୟୁବି,ଏକ କ୍ୟାମ୍ପର,ଏକ କାର ଟ୍ରେଲର ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି କିଣିଥିଲେ। ଏହା ବ୍ୟତୀତ ସେମାନେ ଏହି ଟଙ୍କାରୁ ସେମାନଙ୍କ ବାକି ଥିବା କିଛି ବିଲ୍‌ ମଧ୍ୟ ପୈଠ କରିଥିଲେ । ତା’ଛଡା ଏହି ଟଙ୍କାରେ ସେମାନଙ୍କ କାର ସଜାଡ଼ିବା ସହିତ ତାଙ୍କର ଜଣେ ବନ୍ଧୁଙ୍କୁ କିଛି ଟଙ୍କା ଧାର ଦେଇଥିଲେ। ବ୍ୟାଙ୍କ କର୍ମଚାରୀଙ୍କ ଭୁଲ ପାଇଁ ତାଙ୍କ ଆକାଉଣ୍ଟରେ ୧ଲକ୍ଷ ୨୦ହଜାର ଡଲାର ଟଙ୍କା ଜମା ହୋଇଯାଇଥିବା ଜଣାପଡ଼ିଛି।

publive-image

ଘଟଣା ସମ୍ପର୍କରେ ଜଣିବା ପରେ ବ୍ୟାଙ୍କ ତୁରନ୍ତ ଟିଫନି ୱିଲିୟମ୍‌ସଙ୍କୁ ଯୋଗାଯୋଗ କରି ଟିଫନି ଏବଂ ତାଙ୍କ ସ୍ୱାମୀଙ୍କୁ ପୂରା ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଦମ୍ପତ୍ତି ଏହାର କୌଣସି ଉତ୍ତର ଦେଇ ନଥିଲେ। ପୁଲିସ ଏହି ଦମ୍ପତ୍ତିଙ୍କ ବିରୋଧରେ ଠକେଇ, ବେଆଇନ ଭାବେ ଟଙ୍କା ଖର୍ଚ୍ଚ କରିବାର ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe