ଠକେଇ ଅଭିଯୋଗରେ ବ୍ୟାଙ୍କ ଅଧିକାରୀ ଗିରଫ

Advertisment
ଠକେଇ ଅଭିଯୋଗରେ ବ୍ୟାଙ୍କ ଅଧିକାରୀ ଗିରଫ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଭୁବନେଶ୍ୱର ମଙ୍ଗଳବାର ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି। ଇଡି ରାଉରକେଲାସ୍ଥିତ ଇଣ୍ଡିଆନ ବ୍ୟାଙ୍କର ପୂର୍ବତନ ପରିଚାଳକ କପିଳେଶ୍ୱର ପ୍ରସାଦ ସିଂହଙ୍କୁ ଗିରଫ କରିଛି। କପିଳେଶ୍ୱର ସିଂହ ହେଉଛନ୍ତି ବିହାରର ମୁଜାଫରପୁର ଥାନା ଅନ୍ତର୍ଗତ ଖବ୍ରା ଲେନ୍‌-୩ର ମୂଳ ନିବାସୀ। ଓଡ଼ିଶା ଷ୍ଟେଟ୍‌ ହାଉସିଂ ବୋର୍ଡ ନାମରେ ୬୦ ଲକ୍ଷ ଟଙ୍କା ଏନ୍‌ଓସି ଜାଲିଆତି କରିବା ଘଟଣା ନେଇ ଭୁବନେଶ୍ୱର ଇଣ୍ଡିଆନ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ନରେନ୍ଦ୍ର କୁମାର ଅଭିଯୋଗ ଆଣିଥିଲେ। କପିଳେଶ୍ୱର ସିଂଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପାନପୋଶସ୍ଥିତ ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe