ଏକ ତରଫା ପ୍ରେମ କରୁଣ ପରିଣତି : ନାବାଳିକା ଅନ୍ୟ ଜଣଙ୍କ ସହ କଥା ହେଉଥିବା ଦେଖି ଜିଅନ୍ତା ଜାଳିଦେଲା ପାଗଳ ପ୍ରେମୀ

Advertisment
ଏକ ତରଫା ପ୍ରେମ କରୁଣ ପରିଣତି : ନାବାଳିକା ଅନ୍ୟ ଜଣଙ୍କ ସହ କଥା ହେଉଥିବା ଦେଖି ଜିଅନ୍ତା ଜାଳିଦେଲା ପାଗଳ ପ୍ରେମୀ

ବାରବଙ୍କି : ଉତ୍ତରପ୍ରଦେଶର ବାରବଙ୍କିରେ ଘଟିଥିବା ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି ସ୍ଥାନୀୟ ଲୋକେ। ଜଣେ ପାଗଳ ପ୍ରେମିକର ଏକ ତରଫା ପ୍ରେମରେ ପାଗଳ ହୋଇ ନାବାଳିକାକୁ ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଆଉ ଜଣେ ପୁଅ ସହ କଥା ହେଉଥିବାର ଦେଖି ଅଭିଯୁକ୍ତ ପ୍ରେମିକ ଏପରି କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ବର୍ବର ହତ୍ୟାକାଣ୍ଡ ବାରବଙ୍କିର ସଫଦରଗଞ୍ଜରେ ଘଟିଥିବା ଜଣାପଡ଼ିଛି ।

publive-image Hindustan Times

ସୂଚନା ମୁତାବକ, ଅମିତ୍‌ ନାମକ ଜଣେ ଯୁବକ ନିଜ ଗ୍ରାମର ଜଣେ ନାବଳିକାଙ୍କୁ ଏକ ତରଫା ପ୍ରେମ କରି ବସିଥିଲେ। ପ୍ରେମ କରିବାର କିଛି ଦିନ ପରେ ସେ ପ୍ରେମ ନିବେଦନ କରିଥିବା ବେଳେ ନାବାଳିକା ଜଣଙ୍କ ତାଙ୍କ ପ୍ରେମ ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଅନ୍ୟ ପୁଅ ସହ କଥା ହେଉଥିବାର ଦେଖି ପ୍ରତିଶୋଧ ନେବା ପାଇଁ ନିଷ୍ପତ୍ତିି ନେଇଥିଲେ । ଦିନେ ପୀଡ଼ିତାଙ୍କ ବାପା ଘରେ ନ ଥିବା ବେଳେ ଅମିତ୍‌ ତାଙ୍କ ଘରକୁ ଯାଇ ପୀଡ଼ିତାଙ୍କୁ ମାଡ଼ ମାରିବା ସହ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ପୀଡ଼ିତା ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ଅଭିଯୁକ୍ତ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲେ । ପୀଡ଼ିତାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଆସି ନିଆଁ ଲିଭାଇବା ସହ ପୀଡ଼ିତାଙ୍କ ବାପା କେଶବରାମଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ଘରେ ପହଞ୍ଚିବା ପରେ ପୀଡ଼ିତା ଜୀବିତ ଥିବା ସହ ଅମିତ୍‌ ଏପରି କରିଥିବା ଜଣାଇଥିଲେ । ଏହି ଘଟଣା ପରେ ପୀଡ଼ିତା ୮୦ପ୍ରତିଶତ ପୋଡ଼ି ଯାଇଥିବାରୁ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ପୁଲିସକୁ ଖବର ଦିଅଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe