ଦୁଷ୍କର୍ମ କରିବା ପରେ, ଘଟଣା ସମ୍ପର୍କରେ କାହାକୁ ନଜଣାଇବା ପାଇଁ ନିରୀହ ଶିଶୁ ହାତରେ ୫ଟଙ୍କା ଧରାଇଲା ଦୁଷ୍କର୍ମକାରୀ

Advertisment
ସ୍କୁଲକୁ ଆସି ଛାତ୍ରୀ ନିଖୋଜ; ଅପହରଣ ସନ୍ଦେହ

ବରେଲି: ଉତ୍ତର ପ୍ରଦେଶ ବରେଲି ଥାନା ଭମେରାରେ ଶିଶୁ ୧୯ବର୍ଷର ଜଣେ ଯୁବକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବାର ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ ଶିଶୁକୁ ଫସଲ ଦେଖାଇବା ବାହାନାରେ ଗ୍ରାମର ଏକ ନିଛାଟିଆସ୍ଥାନକୁ ନେଇ ଯୁବକ ଦୁଷ୍କର୍ମ କରିଥିଲା। ସେ ଯଦି ଏହି ଘଟଣା ସମ୍ପର୍କରେ କାହାକୁ କୁହେ ତେବେ ତାର ହତ୍ୟା କରିଦେବ ବୋଲି ବି ଦୁଷ୍କର୍ମକାରୀ ଶିଶୁକୁ ଧମକ ଦେଇଥିଲା। ସନ୍ଧ୍ୟାରେ ଘରକୁ ଫେରିବା ପରେ ଯନ୍ତ୍ରଣାରେ ଶିଶୁଟି କାନ୍ଦୁଥିବା ଦେଖି ପିତା କାରଣ ପଚାରିଥିଲେ। ଏହାପରେ ଝିଅ ମୁହଁରୁ ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ ପୀଡିତା ପିତା। ଅଭିଯୋଗ କ୍ରମେ ପୁଲିସ ଦୁଷ୍କର୍ମକାରୀକୁ ଗିରଫ କରି ଜେଲ ପଠାଇ ଦେଇଛି।

publive-image

ସୂଚନାଯୋଗ୍ୟ, ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ ପୀଡିତାଙ୍କ ଘରକୁ ହଠାତ୍‌ ଅତିଥି ଆସିଥିଲେ। ଏହି ସମୟରେ ଘରେ ପୀଡିତାଙ୍କ ମା’ ବ୍ୟତୀତ କେହି ନଥିଲେ। ସେଥିପାଇଁ ସେ ତାଙ୍କ ଝିଅକୁ ପାଖଘରର ଜଣେ ଯୁବକ ସହିତ କ୍ଷେତ ପାଖରେ ଥିବା ଘର କେହିଜଣେ ବୟୋଜ୍ୟେଷ୍ଠଙ୍କୁ ଡାକିବା ପାଇଁ ପଠାଇଥିଲେ। ଏହି ମଉକାର ଫାଇଦା ଉଠାଇବାକୁ ଯାଇ ପଡୋଶିରେ ରହୁଥିବା ଯୁବକ ଝିଅକୁ ଫସଲ ପାଖକୁ ନେଇଥିଲା, ହେଲା ତାର ପରିବାରର କାହାକୁ ନଡାକି ଏକ ନିଛାଟିଆସ୍ଥାନରେ ଦୁଷ୍କର୍ମ କରିଥିଲା। ଏବଂ ଘଟଣା ସମ୍ପର୍କରେ କାହାକୁ କିଛି ନକହିବାକୁ ପୀଡିତା ହାତରେ ୫ଟଙ୍କା ଧରାଇ ଘଟଣାସ୍ଥଳରୁ ଚାଲି ଆସିଥିଲା। ଶିଶୁଟି ଏକାକି ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜଣାଇଥିଲା। ବରେଲି ଜିଲ୍ଲା ହସ୍‌ପିଟାଲରେ ଶିଶୁଟିର ଡାକ୍ତରିମାଇନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe