ଲକ୍ଷାଧିକ ଟଙ୍କାର ବ୍ୟାଟେରି ଜବତ, ୩ ଗିରଫ

Advertisment
ନିର୍ବାଚନ ପାଇଁ ଗାଡ଼ି ନଦେବାରୁ ୧୭ଜଣଙ୍କ ନାମରେ ଗିରଫ ପରୱାନା

Siasat

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଏବଂ ‌ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ ଆଜି ସକାଳେ ପୁରୁଣା ଜଗନ୍ନାଥ ପୂର୍ତ ବିଭାଗ ରାସ୍ତାରେ ମିଳିତ ଭାବେ ଚଢ଼ଉ କରି ୩ ଏଟିଏମ କାଉଣ୍ଟର, ଟେଲିଫୋନ ଟାୱାର୍‌ ଓ ଗାଡ଼ି ବ୍ୟାଟେରି ଚୋରଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବେଲପଡ଼ା ଗ୍ରାମର ମାନସ ନାୟକ (୨୨), ନିରଞ୍ଜନ ନାୟକ (୨୦) ଏବଂ ବିଶ୍ବଭୂଷଣ ପାତ୍ର (୨୭)। ଏଥିସହିତ ସ୍କ୍ବାଡ୍‌ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଉପରୋକ୍ତ ବ୍ୟାଟେରି ଜବତ କରିବା ସହ ଏଥିରେ ବ୍ୟବହୃତ ଗୋଟିଏ ଅଟୋ ଏବଂ ଆଉ ଦୁଇଟି ବାଇକ ମଧ୍ୟ ଜବତ କରିଛି। ବାଲିଅନ୍ତା ଥାନା ଅଧିକାରୀ ମନୋଜ ସ୍ବାଇଁଙ୍କ ସୂଚନାନୁଯାୟୀ ଆସନ୍ତା କାଲି ଅଭିଯକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଜି ସକାଳେ ୩ ଜଣଯାକ ଏହି ଚୋରା ବ୍ୟାଟେରିକୁ ଅଟୋରେ ନେଇ ବାଳକାଟି ଅଭିମୁଖେ ଯାଉଥିଲେ। ଖବର ପାଇ ସ୍ପେସାଲ ସ୍କ୍ବାଡ୍‌ ଓ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସେଠାରେ ଅତର୍କିତ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe