ଖଣ୍ଡାରେ ଆକ୍ରମଣ କରି ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ

Advertisment
ଖଣ୍ଡାରେ ଆକ୍ରମଣ କରି ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ତିନିଜଣ ଦୁର୍ବୃତ୍ତ ହାଠତ ଆସି ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ତାଙ୍କ ଠାରୁ ସୁନା ଚେନ ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ମହିଳାଙ୍କ ନାମ ସକୁନ୍ତଳା ଦାଶ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସକୁନ୍ତଳା ଦାଶ ନାମକ ଜଣେ ମହିଳା ରାସ୍ତାରେ ଯାଉଥିବା ବେଳେ ହାଠତ ୩ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ  ଖଣ୍ଡାରେ କରିଥିଲେ। ଏଥିରେ ମହିଳା ଭୟଭୀତ ହୋଇ କିଛି ନକହି ସ୍ଥିର ହୋଇ ରହି ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମହିଳାଙ୍କ ଠାରୁ ସୁନା ଚେନ ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତିନି ଜଣ ଯୁବକ ଏକ ବାଇକରେ ଆସି ପ୍ରଥମେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ବାଇକରେ ଆସିଥିବା ତିନଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ହେଲମେଟ ପିନ୍ଧି ନଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe