ଚଳନ୍ତା କାର୍‌ରେ ବିୟୁଟିସିଆନ୍‌ଙ୍କ ସହ ଗଣଦୁଷ୍କର୍ମ: ୪ ଅଭିଯୁକ୍ତ ଫେରାର

Advertisment
ଚଳନ୍ତା କାର୍‌ରେ ବିୟୁଟିସିଆନ୍‌ଙ୍କ ସହ ଗଣଦୁଷ୍କର୍ମ: ୪ ଅଭିଯୁକ୍ତ ଫେରାର

Image Courtesy of HT

ଲୁଧିଆନା: ଚଳନ୍ତା କାର୍‌ରେ ସହରର ଜଣେ ୧୬ ବର୍ଷୀୟ ବିୟୁଟିସିଆନ୍‌ଙ୍କ ସହ ଗଣଦୁଷ୍କର୍ମ କରିଥିବା ୪ ଜଣ ବ୍ୟକ୍ତିଙ୍କୁ ପୁଲିସ ଶନିବାର ଦିନ ବୁକ୍‌ କରିଛି। ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।

ଦଳିତ ବର୍ଗର ବାଳିକାଟି ପୁଲିସକୁ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ସେ ଚିହ୍ନିଛନ୍ତି। ଦୁଷ୍କର୍ମ ପରେ ସେମାନେ ତାଙ୍କୁ ଜଳନ୍ଧର ବାଇପାସ୍‌ ନିକଟସ୍ଥ ଏକ ନିକାଞ୍ଚନ ସ୍ଥାନରେ ଫିଙ୍ଗି ଦେଇ ଚାଲି ଯାଇଥିଲେ।

ଭାରତୀୟ ପିଙ୍ଗଳ କୋଡ୍‌ ଧରା ୩୭୬-ଡି (ଗଣଦୁଷ୍କର୍ମ), ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର), ପିଓସିଏସ୍‌ଓ ଧାରା ୩ ଏବଂ ୪ ଏସ୍‌ସି/ଏସ୍‌ିର ଧାରା ୩ ଅନୁସାରେ, ଜଳନ୍ଧର ବାସିନ୍ଦା ବଲବିନ୍ଦର ସିଂହ, କୁଳବନ୍ତ ସିଂହ ଓରଫ ବାବା ଏବଂ ଲୁଧିଆନାର ଜସି ଏବଂ ହରଦୀପ ସିଂହଙ୍କ ମାମଲା ରୁଜୁ କରାଯାଇଛି।

ଅଭିଯୋଗରେ ବାଳିକାଟି ଦର୍ଶାଇଛି ଯେ, ଫେବ୍ରୁଆରି ୫ ତାରିଖ ଦିନ ତା’ର ବାପା ମାଆ ଘରେ ନ ଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଘରକୁ ଆସିଥିଲେ।

ତାଙ୍କ ସହ ଆସିଥିବା ଜଣେ ମହିଳା କନ୍ୟା ମେକ୍‌ଅପ୍‌ ପାଇଁ ବିୟୁଟିସିଆନ୍‌ ଦରକାର। ସେ ଚାରିଜଣ ଚିହ୍ନା ଥିବାରୁ ଝିଅଟି କୌଣସି ସନ୍ଦେହ ନ କରି ତାଙ୍କ ସହ ଯାଇଥିଲା।

ପରେ ଚଳନ୍ତା କାର୍‌ରେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ଜଳନ୍ଧର ବାଇପାସ୍‌ରୁ ଏକ ଅଟୋ ରିକ୍ସା ଧରି ସେ ବସ୍ତି ଯୋଧେଓ୍ଵାଲ୍‌ରେ ଥିବା ନିଜର ସାଙ୍ଗ ଘରକୁ ଯାଇଥିଲେ।

ପରିଣାମ ଭୟାବହ ହେବ ବୋଲି ଅଭିଯୁକ୍ତମାନେ ଧମକ ଦେଇ ଥିବାରୁ ପ୍ରଥମେ ବାଳିକାଟି ନିଜାର ପିତାମାତାଙ୍କୁ ଏ ପ୍ରସଙ୍ଗ କହି ନ ଥିଲେ।
ଶୁକ୍ରବାର ଦିନ ସେ ତା’ର ପିତାମାତାଙ୍କୁ ସବୁ କଥା ଖୋଲି କହିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ଅଭିଯୁକ୍ତମାନେ ଜାତିଆଣା ମନ୍ତବ୍ୟ ଦେଇଥିବା କଥା ମଧ୍ୟ ଝିଅଟି ଅଭିଯୋଗ କରିଛନ୍ତି।

ପୁଲିସ କହିଛି ଯେ ଅଭିଯୁକ୍ତା କାର୍‌ ମଡେଲ୍‌ ଏବଂ ରେଜିଷ୍ଟ୍ରେସନ୍‌ ନମ୍ବର ଆଦି ଦେବାକୁ ଅସମର୍ଥା। ଟେର୍‌ ପାଇବାକୁ ଆମେ ସେ ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରୁଛୁ।

ଅଭିଯୁକ୍ତମାନଙ୍କ ସହ ଆସିଥିବା ମହିଳାଜଣଙ୍କ ହେଉଛନ୍ତି ମଣି। ସେ ଜଣେ ଅଭିଯୁକ୍ତଙ୍କ ପତ୍ନୀ। ତାଙ୍କୁ ମଧ୍ୟ ବୁକ୍‌ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe