ତଣ୍ଟିକଟା ଅବସ୍ଥାରେ ଉଦ୍ଧାର ହେଲା ୪୮ ବର୍ଷୀୟ ମହିଳା ‘ତୃଣମୂଳ କଂଗ୍ରେସ’ କର୍ମୀଙ୍କ ଶବ

Advertisment
ପମ୍ପ ହାଉସରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Image Courtesy of India Today

କ୍ୟାନିଙ୍ଗ୍‌: ଶନିବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଅନ୍ତର୍ଗତ କ୍ୟାନିଙ୍ଗ୍‌ ସହରରୁ ‘ତୃଣମୂଳ କଂଗ୍ରେସ’ର ଜଣେ ମହିଳା କର୍ମୀଙ୍କ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ମୃତା ମହିଳାଜଣକ ହେଉଛନ୍ତି ୪୮ ବର୍ଷୀୟ ସୁଚିତ୍ରା ମଣ୍ଡଳ। ଆଳୁ ବିଲକୁ ଯାଇଥିବା ସୁଚିତ୍ରାଙ୍କ ଶବ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା କଥା ତାଙ୍କ ପରିବାର ଓ ସେ ଅଞ୍ଚଳର ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ତାଙ୍କ ତଣ୍ଟି କାଟି ଦିଆଯାଇଥିବା ଜଣାପଡୁଛି।

ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, କେତେକ ଅଜ୍ଞାତ ବ୍ୟକ୍ତି କୌଣସି ତୀକ୍ଷ୍ଣ ଅସ୍ତ୍ରଦ୍ବାରା ସୁଚିତ୍ରାଙ୍କୁ ହତ୍ୟା କରିଛନ୍ତି।

ଖବର ପାଇବାକ୍ଷଣି ପୁଲିସ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚିବା ପରେ ସୁଚିତ୍ରାଙ୍କ ଶବକୁ କ୍ୟାନିଙ୍ଗ୍‌ ସବ୍‌-ଡିଭିଜିନାଲ୍‌ ହସ୍ପିଟାଲ୍‌କୁ ଅଣାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ତାଙ୍କୁ ହତ୍ୟା କରାଯାଇଥିବାର କାରଣ ସଂବନ୍ଧରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ।

ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ହେବ ସୁଚିତ୍ରା ଥିଲେ ‘ତୃଣମୂଳ କଂଗ୍ରେସ’ର ଜଣେ ସକ୍ରିୟ ସଦସ୍ୟ। ପୁଲିସ ଏହି ହତ୍ୟାକାଣ୍ଡ ସଂକ୍ରାନ୍ତରେ ସବୁ ଦିଗରୁ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe