କୋଲକାତା: ପଶ୍ଚିମବଙ୍ଗର ପୂର୍ବସ୍ଥଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଆର୍ସାଦ ନାମକ ଜଣେ ୧୪ ବର୍ଷର ନାବାଳକକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ହତ୍ୟାର କାରଣ ଜାଣିଲେ ଅଭିଯୁକ୍ତର ନିର୍ମମ ଆଚରଣ ନେଇ ଲୋମ ଟାଙ୍କୁରି ଉଠିବ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଡିସେମ୍ବର ମାସ ୩ ତାରିଖରୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲା ବାବୁଇଦଙ୍ଗ ଗାଁରେ ନିଜ ଅଜାଆଇଙ୍କ ସହିତ ରହୁଥିବା ଆର୍ସାଦ ନାମକ ଜଣେ ୧୪ ବର୍ଷୀୟ କିଶୋର ନିଖୋଜ ହୋଇଯାଇଥିଲେ। କିଛି ଦିନ ପରେ ତାଙ୍କ ମୃତଦେହ ପୁଲିସ ଠାବ କରିଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରି ମୃତ ନାବାଳକଙ୍କ ପଡୋଶୀ ୨୨ ବର୍ଷୀୟ ଜମାଲ ଶେଖ୍ ନାମକ ଯୁବକଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର କାରଣ ସମ୍ପର୍କରେ ପଚାରିବାରୁ ଅଭିଯୁକ୍ତ ଜମାଲ ଶେଖ ଯେଉଁ କାହାଣୀ ଶୁଣାଇଥିଲା ତାହା ଜଣେ ପୋଖତ ଅପରାଧୀର କାଣ୍ଡ ଠାରୁ କୌଣସି ଗୁଣରେ କମ୍ ନ ଥିଲା। ଅଭିଯୁକ୍ତର କହିବା ଅନୁଯାୟୀ, ମୃତ ନାବାଳକର ବାପା କେରଳରେ ରୁହନ୍ତି। ତାଙ୍କର ପତ୍ନୀଙ୍କ ସହିତ ବିଛେଦ ହୋଇଯାଇଥିଲା। ତେଣୁ ତାଙ୍କର କେବଳ ଗୋଟିଏ ୧୪ ବର୍ଷର ପୁଅ ଅଛି ବୋଲି ବ୍ୟକ୍ତି ଜଣକ ଜାଣିଥିଲେ, ମାତ୍ର ଜୀବନରେ କେବେ ସେହି ପୁଅକୁ ସେ ଦେଖି ନ ଥିଲେ।। ଏହାର ସୁଯୋଗ ନେଇଥିଲେ ଅପରାଧୀ ଜଣକ। ନିଜକୁ ସେହି କେରଳରେ ରହୁଥିବା ବ୍ୟକ୍ତିିଙ୍କ ପୁଅ ବୋଲିି ପରିଚୟ ଦେଇ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରି ଟଙ୍କା ହଡ଼ପ ଯୋଜନା କରିଥିଲେ ଜମାଲ ଶେଖ।। ତେବେ କୌଣସି ମତେ ଜମାଲ ଶେଖ୍ କେରଳରେ ରହୁଥିବା ଆର୍ସାଦଙ୍କ ବାପାଙ୍କ ଫୋନ ନମ୍ବର ସଂଗ୍ରହ କରି ନିଜକୁ ତାଙ୍କ ପୁଅ ଆର୍ସାଦ ବୋଲି ପରିଚୟ ଦେଇ କଥା ହୋଇଥିଲେ। ପରେ ତାଙ୍କ ଠାରୁ ଗତ କିଛିଦିନ ହେବ ଲଗାତର ଟଙ୍କା ମଧ୍ୟ ଆଣୁଥିଲେ। ତେବେ ନିକଟରେ ବ୍ୟକ୍ତିଜଣକ ନିଜ ପୁଅକୁ ଭେଟିବାକୁ ପଶ୍ଚିମବଙ୍ଗ ଆସିବାକୁ ଚାହିଁବାରୁ, ଭୟରେ ଜମାଲ ଶେଖ୍ ସେହି ୧୪ ବର୍ଷୀୟ ନାବାଳକଙ୍କୁ ଅପହରଣ କରି ହତ୍ୟା କରି ଦେଇଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us