ନୂଆଦିଲ୍ଲୀ: ବେଙ୍ଗାଲୁରୁର ସରଜାପୁର ମୁଖ୍ୟ ରାସ୍ତାରେ ପ୍ରେମୀଯୁଗଳଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏକ୍ସରେ କର୍ଣ୍ଣାଟକ ପୋର୍ଟଫୋଲିଓ ଆକାଉଣ୍ଟରେ ସେୟାର କରାଯାଇଥିବା ଭିଡିଓରେ ଜଣେ ଯୁବକ ହେଲମେଟ ନପିନ୍ଧି ବାଇକ ଚଲାଉଛନ୍ତି। ଏହି ସମୟରେ ବାଇକର ତେଲ ଟାଙ୍କି ଉପରେ ବସି ଜଣେ ଯୁବତୀ ବାଇକ ଚଲାଉଥିବା ଯୁବକଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ଦେଖିବାକୁ ମିଳୁଛି।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଉକ୍ତ ପ୍ରେମୀଯୁଗଳଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାରଣ ପୂର୍ବରୁ ବି ଏମିତି ଘଟଣା ଅନେକ ଥର ଘଟିଛି। ତେଣୁ ଏମିତି ଘଟଣା ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଯୁବକ-ଯୁବତୀଙ୍କ ଏଭଳି କାମ ପ୍ରତି ସାହାସ ବଢ଼ି ଚାାଲିବ। କାରଣ ଉକ୍ତ ପ୍ରେମୀଯୁଗଳ ବାଇକ ଉପରେ ଯେଭଳି ଷ୍ଟଣ୍ଟ ଦେଖାଉଛନ୍ତି ସେପରି କରି ନିଜ ଜୀବନକୁ ବିପଦରେ ପକାଇବା ସହିତ ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀମାନଙ୍କ ପ୍ରତି ବି ବିପଦ ସୃଷ୍ଟି କରୁଛନ୍ତି।
ଏହି ଭିଡିଓକୁ ନେଇ ଖବର ଲେଖା ହେଲା ପର୍ଯ୍ୟନ୍ତ ପୁଲିସ ପ୍ରତି କୌଣସି ପ୍ରକାର ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
Follow Us