ନାବାଳକ ଦ୍ବାରା ରାସ୍ତାରେ ଅସଦାଚରଣର ଶିକାର ହେଲେ ୟୁଟୁବ୍ୟର

Advertisment

ବିଟିଏମ୍ ଲେଆଉଟ୍ ରାସ୍ତାରେ ୟୁଟ୍ୟୁବର ନେହା ବିଶ୍ବାଳ ଭିଡିଓ କରିକରି ଯାଉଥିବା ବେଳେ ୧୦ବର୍ଷର ବାଳକ ଦ୍ବାରା ହେଲେ ଅସଦାଚରଣର ଶିକାର। ଏହି ଘଟଣା ପରେ ଭୟଭୀତ ହୋଇଯାଇଛନ୍ତି ନେହା ।

ବିଟିଏମ୍ ଲେଆଉଟ୍ ରାସ୍ତାରେ ୟୁଟ୍ୟୁବର ନେହା ବିଶ୍ବାଳ ଭିଡିଓ କରିକରି ଯାଉଥିବା ବେଳେ ୧୦ବର୍ଷର ବାଳକ ଦ୍ବାରା ହେଲେ ଅସଦାଚରଣର ଶିକାର। ଏହି ଘଟଣା ପରେ ଭୟଭୀତ ହୋଇଯାଇଛନ୍ତି ନେହା ।

ତପନଦ


ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ୟୁଟ୍ୟୁବର ୧୦ବର୍ଷର ନାବାଳକଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।  

ସୋସିଆଲ ମିଡିଆ ଜରିଆରେ ୟୁଟ୍ୟୁବର ନେହା ବିଶ୍ବାଳ ଅଭିଯୋଗ କରି କହିଛନ୍ତି,ବିଟିଏମ୍ ଲେଆଉଟ୍ ରାସ୍ତାରେ ମୁଁ ଯାଉଥିବା ବେଳେ ଜଣେ ବାଳକ ସେହି ରାସ୍ତାରେ ଆସି ମୋତେ ଚିଡ଼ାଇବା ସହିତ ମୋର ନକଲ କରିଥିଲା। ଏହାପରେ କେହି କିଛି ବୁଝିବା ପୂର୍ବରୁ ସେ ମୋ ଛାତରେ ହାତମାରି ଘଟଣାସ୍ଥଳରୁ ଚାଲି ଯିବାକୁ ଚେଷ୍ଟା କରଥିଲା।

ହି ସମୟରେ ମୁଁ ଧରଧର କହିବାରୁ ସ୍ଥାନୀୟଲୋକେ ବାଳକକୁ କାବୁ କରି ଘଟଣା ବିଷୟରେ ଜାଣିବାକୁ ଚାହିଁଥିଲେ। ମୋ ଠାରୁ ଘଟଣା ବିଷୟରେ ଜାଣିବା ସହିତ ପ୍ରମାଣ ଭାବେ ଭିଡିଓ ଦେଖିବା ପ‌ରେ ସେମାନେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାରସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ନେଇ ବାଳକଙ୍କୁ ଥାନାକୁ ନେଇ ଯାଇଥିଲା। 


ଏହି ସମୟରେ ବାଳକ ଜଣକ କହିଥିଲା, ‘ମୁଁ ରାସ୍ତାରେ ଯାଉଥିବା ବେଳେ ଅସାବଧାନତାବଶତଃ ମହିଳାଙ୍କ ଉପରେ ପଡ଼ି ଯାଇଥିଲି।’

ପୁଲିସ ଭିଡିଓ ଦେଖିବା ପରେ ବାଳକ ଜଣକ ମିଛ କହୁଥିବା ଜାଣି ଧମକାଇଥିଲା। ଏହାପରେ ବାଳକ ଜଣକ ପୁଲିସ ସାମ୍ନାରେ ନିଜ ଦୋଷ ସ୍ବୀକାର କରିଥିଲା। ପୁଲିସ ଓ କିଛି ସ୍ଥାନୀୟଲୋକଙ୍କ କହିବାନୁସାରେ ନେହା ବାଳକକୁ କ୍ଷମା କରିବା ପରେ ପୁଲିସ ତାକୁ ଛାଡ଼ି ଦେଇଥିଲା।

ଏହି ଘଟଣାକୁ ନେଇ ନେହା ଆଗକୁ କହିଛନ୍ତି, ‘ପ୍ରାୟତଃ  ରାସ୍ତାରେ ଚାଲିଚାଲି ଯିବା ସମୟରେ ମୁଁ ଭିଡିଓ କରିଥାଏ କିନ୍ତୁ ମୋ ସହିତ ଏମିତି ଘଟଣା କେବେ ଘଟି ନଥିଲା। ଏହି ଘଟଣାପରେ ମୁଁ ଭୟଭୀତ ହୋଇଯାଇଛି। ରାସ୍ତାରେ ଏବେ ଚାଲିବାକୁ ନିଜକୁ ସୁରକ୍ଷିତ ମଣୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe