timesnownews.com
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ଯୁବକ ଦେହଜୀବୀଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେହଜୀବୀଜଣକ ଶାରୀରିକ ସଂପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଅଭିଯୁକ୍ତ ଯୁବକ ରାଗରେ ତାଙ୍କ ଗଳା କାଟି ଦେଇଥିବା ଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ବେଙ୍ଗାଲୁରୁର ଗାୟତ୍ରୀନଗରରେ ଘଟିଥିବା ବେଳେ ଅଭିଯୁକ୍ତ ମୁକୁନ୍ଦ ଏଚଏଚଙ୍କୁ ଗିରଫ କରିଛି ପୁଲିସ। ପ୍ରଥମେ ପୁଲିସ ମୁକୁନ୍ଦଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ମୁକୁନ୍ଦ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲେ। ।
ପୁଲିସ ଦେଇଥିବା ସୂଚନା ମୁତାବକ, ଜାନୁଆରି ୧୧ ତାରିଖ ଦିନ ୧ଟାରେ ମୁକୁନ୍ଦ ବସକୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ ପୀଡ଼ିତାଙ୍କୁ ଭେଟିଥିଲେ। କିଛି ସମୟ କଥା ହେବା ପରେ ପୀଡ଼ିତା ମୁକୁନ୍ଦଙ୍କୁ ୨,୫୦୦ଟଙ୍କାରେ ଶାରୀରିକ ସଂପର୍କ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ। ପୀଡ଼ିତାଙ୍କଠାରୁ ଏଭଳି ପ୍ରସ୍ତାବ ପାଇ ଖୁସି ହେବା ସହ ୨,୫୦୦ପରିବର୍ତ୍ତେ ୧,୫୦୦ଟଙ୍କା ଦେବାକୁ କହିଥିଲେ ମୁକୁନ୍ଦ। ଏହା ପରେ ପୀଡ଼ିତା ଓ ଅଭିଯୁକ୍ତ ଦୁହେଁ ବସରେ ଯିବା ପରେ ବସ ଷ୍ଟାଣ୍ଡରୁ ଅଟୋରେ ନେଇ ଦୁହେଁ ପୀଡ଼ିତାଙ୍କ ବାସଭବନରେ ପହଞ୍ଚିଥିଲେ।
ଘରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ମୁକୁନ୍ଦ ୧,୫୦୦ଟଙ୍କା ଦେବା ପରେ ପୀଡ଼ିତା ମୁକୁନ୍ଦଙ୍କୁ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାର କରିବାକୁ କହିଥିଲେ। କିନ୍ତୁ ମୁକୁନ୍ଦ କଣ୍ଡୋମ ପିନ୍ଧିବାକୁ ମନା କରିବା ସହ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। କିନ୍ତୁ ପୀଡ଼ିତା ଟଙ୍କା ଫେରାଇବାକୁ ମନା କରିବା ସହ ପାଟି କଲେ ଲୋକଙ୍କୁ ଡ଼ାକିବାର ଧମକ ଦେଇଥିଲେ। ଏହା ପରେ ମୁକୁନ୍ଦ ପାଖରେ ଥିବା ଛୁରି ବାହାର କରି ପୀଡ଼ିତାଙ୍କ ପେଟରେ ଭୁଷି ଦେବାରୁ ସେ ପାଟି କରି ସାହାଯ୍ୟ ମାଗିବା ଆରମ୍ଭ କରିଥିଲେ। ଧରା ପଡ଼ିଯିବା ଡ଼ରରେ ମୁକୁନ୍ଦ ପୀଡ଼ିତାଙ୍କ ଗଳା କାଟି ସେଠାରୁ ପୀଡ଼ିତାଙ୍କ ଦୁଇଟି ଫୋନ ସହ ସୁନା ଚେନ୍ ଧରି ଫେରାର ହୋଇଯାଇଥିଲେ।
ଦିନ ୩ଟା ୪୫ମିନିଟରେ ପୀଡ଼ିତାଙ୍କ ପୁଅ ଘରକୁ ଫେରି ମା’କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି ପୁଲିସକୁ ସୂଚନା ଦେଇଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ଫୋନର ଲୋକେସନ ଚେକ୍ କରିବା ପରେ ଫୋନଟି ମଜେଷ୍ଟିକ୍ ବସ ଷ୍ଟାଣ୍ଡ ପାଖରେ ଥିବା ଜାଣିବାକୁ ପାଇଥିଲା ପୁଲିସ। ଯାହା ଜରିଆରେ ପୁଲିସ ମୁକୁନ୍ଦଙ୍କ ପାଖରେ ପହଞ୍ଚି ତାକୁ ଗିରଫ କରିଥିଲା।
Follow Us