ମୁଁ ଭଲପାଉଥିଲି, ସେ ଫସାଇବାକୁ ଚାହୁଁଥିଲା; ଜୀବନ ହାରିବା ପୂର୍ବରୁ ମା' ଆଗରେ ମୁକ୍ତି ସ୍ୱୀକାର କରିଥିଲା ଅପରାଧ

Advertisment

ମହାଲକ୍ଷ୍ମୀଙ୍କୁ ଓଡିଶାର ବାସିନ୍ଦା ମୁକ୍ତି ରଞ୍ଜନ ହତ୍ୟା କରିଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ମୁକ୍ତି ନିଜ ମା'ଙ୍କ ଆଗରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ବିଷୟରେ ସ୍ୱୀକାର କରିଥିଲା ଏବଂ ପରଦିନ ସକାଳେ ନିଜେ ଆତ୍ମହତ୍ୟା କରିଥିଲା।

ମହାଲକ୍ଷ୍ମୀଙ୍କୁ ଓଡିଶାର ବାସିନ୍ଦା ମୁକ୍ତି ରଞ୍ଜନ ହତ୍ୟା କରିଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ମୁକ୍ତି ନିଜ ମା'ଙ୍କ ଆଗରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ବିଷୟରେ ସ୍ୱୀକାର କରିଥିଲା ଏବଂ ପରଦିନ ସକାଳେ ନିଜେ ଆତ୍ମହତ୍ୟା କରିଥିଲା।

Mahalaxmi

ବେଙ୍ଗାଲୁରୁ: ମୁଁ ଭଲପାଉଥିଲି, ସେ ମୋତେ ଫସାଇବାକୁ ଚାହୁଁଥିଲା ମା' | ଜୀବନ ହାରିବା ପୂର୍ବରୁ ଏଭଳି କହି ମା' ଆଗରେ ମୁକ୍ତି ସ୍ୱୀକାର କରିଥିଲା ନିଜ ଅପରାଧ | ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୁକ୍ତିରଞ୍ଜନ ଜୀବନ ହାରିଛି | ବୁଧବାର ସକାଳେ ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟରେ ଏକ ଗଛରେ ଫାଶୀ ଲଗାଇ ସେ ଜୀବନ ହାରିଥିଲା | ମୃତଦେହ ପାଖରୁ ଏକ ସୁସାଇଡ ନୋଟ ଜବତ କରାଯାଇଥିବା ବେଳେ ମୁକ୍ତି, ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ନେଇ ସେଥିରେ ସ୍ୱୀକାର କରିଥିବା ଜଣାଯାଇଛି |

ସୁସାଇଡ ନୋଟରେ ମୁକ୍ତି ଲେଖିଛି ଯେ, "ମୁଁ ତାଙ୍କୁ ଭଲ ପାଉଥିଲି | କିନ୍ତୁ ତାଙ୍କ ଆଚରଣ ମୋ ପ୍ରତି ଭଲ ନଥିଲା। ସେ ମୋତେ ଅପହରଣ ମାମଲାରେ ଫସାଇଦେବାକୁ  ଧମକ ଦେଉଥିଲେ। ମୁଁ ତାଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲି।"

ବେଙ୍ଗାଲୁରୁ ପୁଲିସର କହିବା ମୁତାବକ, "ମୁକ୍ତି ରଞ୍ଜନ ଏବଂ ମହାଲକ୍ଷ୍ମୀ ଏକ ପୋଷାକ ଦୋକାନରେ କାମ କରୁଥିଲେ। ଏଠାରେ ଦୁହିଁଙ୍କ ସାକ୍ଷାତ ହୋଇଥିଲେ ଏବଂ ଦୁହେଁ ଭଲ ବନ୍ଧୁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କିଛି ମାସ ପରେ ମହାଲକ୍ଷ୍ମୀ ବିବାହ କରିବାକୁ ଚାପ ପକାଇବାରୁ ଦୁହିଁଙ୍କ ମଧ୍ୟରେ ଝଗଡା ହେବା ଆରମ୍ଭ ହେଲା | ବାରମ୍ବାର ଝଗଡା ହେବା ସହ ମହାଲକ୍ଷ୍ମୀ ଧମକ ଦେବା ଆରମ୍ଭ କରିବାରୁ ମୁକ୍ତି ରଞ୍ଜନ ତାଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe