ସ୍ତ୍ରୀର ପ୍ରେମିକଙ୍କୁ ଧରିବା ପାଇଁ ୬ଘଣ୍ଟା ଧରି ବିଛଣା ତଳେ ଲୁଚି ରହିଥିଲେ ସ୍ବାମୀ, ଆଉ ତା’ପରେ...

Advertisment
ନାବାଳକ ପ୍ରେମିକକୁ ଜଘନ୍ୟ ହତ୍ୟା: ପ୍ରେମିକାର ଘର ଆଗରେ ଅନ୍ତିମ ସଂସ୍କାର

catchnews.com/

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀର ପ୍ରେମିକଙ୍କୁ ଧରିବା ପାଇଁ ଅଜବ ଉପାୟ ଆପଣାଇଥିଲେ। ଏହି ଅଜବ ଉପାୟ ଆପଣାଇ ସ୍ବାମୀ ସ୍ତ୍ରୀର ପ୍ରେମିକଙ୍କୁୂ ଧରିବାରେ ସଫଳ ବି ହୋଇଥିଲେ।

ସୂଚନାଯୋଗ୍ୟ, ଭରତ କୁମାର ନାମକ ଜଣେ ବ୍ୟକ୍ତି ପେସାରେ ବଢ଼େଇ କାମ କରନ୍ତି। ତାଙ୍କର ୮ବର୍ଷ ତଳେ ବିବାହ ହୋଇଥିଲା। ତେବେ ଭରତ ତାଙ୍କ ସ୍ତ୍ରୀଙ୍କ ଶିବରାଜ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପ୍ରେମସମ୍ପର୍କ ଥିବା ଜାଣିବାକୁ ପାଇଥିଲେ। ଏନେଇ ସ୍ତ୍ରୀକୁ ପଚାରିବାରୁ ସେ ରୋକଠୋକ ମନା କରି ଦେଇଥିଲେ।

ଏହାପରେ ଭରତ କେମିତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ କାବୁ କରିବେ ସେନେଇ ଯୋଜନା କରିଥିଲେ। ଦିନେ ରାତିରେ ଭରତ କାମରୁ ଫେରି କାହାକୁ କିଛି ନଜଣାଇ ନିଜ କୋଠରିକୁ ଆସି ଖଟ ତଳେ ଲୁଚି ରହିଥିଲେ। ଏପଟେ ସ୍ତ୍ରୀ ଭରତ ନଆସିବା ଦେଖି ଶିବରାଜଙ୍କୁ ଖବର ଦେଇଥିଲେ।। ଶିବରାଜ ଆସି ଖଟ ଉପରେ ଶୋଇ ପଡ଼ିଥିଲେ। କିନ୍ତୁ ପୂର୍ବରୁ ଭରତ ଯେ ଖଟ ତଳେ ଲୁଚିଛନ୍ତି ଏକଥା ତାଙ୍କୁ ଜଣା ନଥିଲା।

ରାତିପ୍ରାୟ ୩ଟାରେ ଭରତଙ୍କ ସ୍ତ୍ରୀ ଶୋଇବା ଘରୁ ବାହାରି ରେଷ୍ଟରୁମକୁ ଯିବା ସମୟରେ ଭରତ ଛୁରୀରେ ଶିବରାଜଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଶିବରାଜଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ହତ୍ୟା ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶିବରାଜଙ୍କ ମୃତଦେହ ଉଦ୍ଧାର କରିବା ସହ ଭରତଙ୍କୁ ଗିରଫ କରିଛି। ଏହି ଘଟଣାକୁ ଭରତଙ୍କ ସ୍ତ୍ରୀ କିଛି କହିବା ଅବସ୍ଥାରେ ନାହାନ୍ତି। ସେ ପୂରାପୂରି ସ୍ତବ୍ଧ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe