ଫ୍ଲିପ୍‌କାର୍ଟରୁ ଅର୍ଡର କରିଥିଲେ ସୁନାର କଏନ୍‌, ଆସିଲା ଖାଲି ବାକ୍ସ

ଫ୍ଲିପ୍‌କାର୍ଟରୁ ଅର୍ଡର କରିଥିଲେ ସୁନାର କଏନ୍‌, ଆସିଲା ଖାଲି ବାକ୍ସ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଇ-କମର୍ସ େଓ୍ଵବସାଇଟ ଜରିଆରେ ଠକେଇର ଶିକାର ହୋଇଥିବା ଆଉ ଏକ ନୂଆ ମାମଲା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏଠାରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ବ୍ୟକ୍ତି ୨୦ଗ୍ରାମର ସୁନାର କଏନ୍‌ ଫ୍ଲିପ୍‌କାର୍ଟରୁ ମଗାଇ ଥିଲେ। ଏହି ପାର୍ସଲ ବି ତାଙ୍କ ଘରେ ଆସି ପହଞ୍ଚି ଥିଲା । ସେ ଘରେ ପହଞ୍ଚି ଥିବା ପାର୍ସଲକୁ ଖୋଲିବା ପରେ ଖାଲି ଖୋଳ ଆସିଥିବା ଦେଖିବାକୁ ପାଇଥିଲେ।

publive-image

ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ବସାଭାନଗରରେ ବସବାସ କରୁଥିବା ଅମିତ ଗର୍ଗ ଫ୍ଲିପ୍‌କାର୍ଟରେ ଜରିଆରେ ପିବିସି ଲାଜିଷ୍ଟିକ୍ସରୁ ୨୦ଗ୍ରାମ ସୁନାର କଏନ୍‌କୁ ଡିସେମ୍ବର ଆଠ ତାରିଖରେ ଅର୍ଡର କରିଥିଲେ। ଯେତେବେଳେ ସେ ବାକ୍ସ ଖୋଲି ଦେଖିଥିଲେ ତା’ଭିତରେ କିଛି ନଥିଲ। ଏହାପରେ ଅମିତ ଏହାର ଅଭିଯୋଗ ଫ୍ଲିପ୍‌କାର୍ଟଙ୍କୁ କରିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନଥିଲା। ଶେଷରେ ଅମିତ ବାଧ୍ୟ ହୋଇ ଏହି ଘଟଣାର ଅଭିଯୋଗ ଏଚଏଏଲ୍‌ ସିଟି ପୁଲିସଙ୍କୁ କରିଥିଲେ। ପୁଲିସ ଫ୍ଲିପ୍‌କାର୍ଟ ଓ ପିବିସି ଲଜିଷ୍ଟିକ୍‌ ବିରୋଧରେ ଆଇପିସି ଧାରା ୪୨୦ରେ ମାମଲା ରୁଜୁ କରିଥିଲେ। ଅମିତ ୨୦ ଗ୍ରାମର ସୁନା କଏନ୍‌ ପାଇଁ ୬୧,୭୫୫ ଟଙ୍କା ପୈଠ କରିଥିବା କଥା କହିଛନ୍ତି। ତାଙ୍କ ପାଖକୁ ଯେତେବେଳେ ପାର୍ସଲ ଆସିଥିଲା ସେ ସିସିଟିଭି ସମ୍ମୁଖରେ ଖୋଲିଥିଲେ, କିନ୍ତୁ ତାଙ୍କୁ ସେହି ଖୋଳ ଭିତରୁ କିଛି ମିଳି ନଥିଲା। ତେବେ ଏହି ଘଟଣା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe