ଛାତ୍ରୀର ବାପାଙ୍କ ସହ ପ୍ରେମ ସମ୍ପର୍କ ରଖି ଟଙ୍କା ହଡ଼ପ କରୁଥିଲେ ଶିକ୍ଷୟତ୍ରୀ, ଗିରଫ କଲା ପୁଲିସ

Advertisment

ଜଣେ ଛାତ୍ରୀଙ୍କ ପିତାଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ବ୍ଲାକମେଲ୍ କରିବା ଏବଂ ଟଙ୍କା ଆଦାୟ କରିବା ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି।

ଜଣେ ଛାତ୍ରୀଙ୍କ ପିତାଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ବ୍ଲାକମେଲ୍ କରିବା ଏବଂ ଟଙ୍କା ଆଦାୟ କରିବା ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି।

threading

threading Photograph: (Sambad )

ବେଙ୍ଗାଲୁରୁ: ଜଣେ ଛାତ୍ରୀଙ୍କ ପିତାଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ବ୍ଲାକମେଲ୍ କରିବା ଏବଂ ଟଙ୍କା ଆଦାୟ କରିବା ଅଭିଯୋଗରେ ବେଙ୍ଗାଲୁରୁର ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ସତୀଶ (ଛଦ୍ମନାମ)ଙ୍କଠାରୁ ୪ ଲକ୍ଷ ଟଙ୍କା ଆଦାୟ କରିବା ପରେ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଏବଂ ଭିଡିଓ ଦେଖାଇ ବ୍ଲାକମେଲ୍ କରିଥିଲେ ଅଭିଯୁକ୍ତ ଶିକ୍ଷୟତ୍ରୀ। ଏନେଇ ଅଭିଯୋଗ ହେବାରୁ ସିବିଆଇ ୨୫ ବର୍ଷୀୟା ଶ୍ରୀଦେବୀ ରୁଦଗୀ ଏବଂ ଅନ୍ୟ ଦୁଇ ଜଣ - ଗଣେଶ କାଲେ (୩୮) ଏବଂ ସାଗର (୨୮)ଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ଏବଂ ତିନି ଝିଅଙ୍କ ସହିତ ପଶ୍ଚିମ ବେଙ୍ଗାଲୁରୁରେ ରହୁଥିଲେ ବ୍ୟବସାୟୀ ସତୀଶ। ୨୦୨୩ ମସିହାରେ ତାଙ୍କର ସାନ ଝିଅର ନାମ ସ୍କୁଲରେ ଲେଖାଯାଇଥିଲା। ଏହି ସମୟରେ ଶ୍ରୀଦେବୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଦୁହେଁ ପରେ କଥା ହେବା ଆରମ୍ଭ କରିଥିଲେ ଏବଂ ପରସ୍ପରର ପ୍ରେମରେ ପଡ଼ିଥିଲେ। କିଛି ମାସ ପରେ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଏବଂ ଭିଡିଓ ଦେଖାଇ ବ୍ଲାକମେଲ୍ କରିଥିଲେ ଶ୍ରୀଦେବୀ।

ପ୍ରଥମ ୪ଲକ୍ଷ ନେଲା ପରେ ତାଙ୍କର ଦାବି ବଢ଼ିଥିଲା। ବ୍ୟବସାୟରେ କ୍ଷତି ହେବାରୁ ସତୀଶ ଗୁଜରାଟରେ ଥିବା ନିଜ ଘରକୁ ଯିବାକୁ ଚିନ୍ତା କଲେ। ଏଥିପାଇଁ ଝିଅର ସ୍କୁଲ ବଦଳି ପାଇଁ ସେ ସ୍କୁଲକୁ ପ୍ରମାଣପତ୍ର ଆଣିବାକୁ ଯାଇଥିଲେ। ହେଲେ ୨୦ଲକ୍ଷ ଟଙ୍କା ନଦେଲେ ପ୍ରମାଣପତ୍ର ଦିଆଯିବନି ବୋଲି କହିଥିଲେ ଶ୍ରୀଦେବୀ। ସତୀଶଙ୍କୁ ଧମକାଇବାରେ ଶ୍ରୀଦେବୀଙ୍କୁ ଗଣେଶ ଓ ସାଗର ସାହାଯ୍ୟ କରିଥିଲେ। ଏଥିରେ ଅତିଷ୍ଠ ହୋଇ ସତୀଶ ପୁଲିସକୁ ସବୁ ଜଣାଇଥିଲେ। ଅଭିଯୋଗ ହେବା ପରେ ପୁଲିସ ଶ୍ରୀଦେବୀ ରୁଦଗୀ, ଗଣେଶ କାଲେ ଏବଂ ସାଗରଙ୍କୁ ଗିରଫ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe