ଶୋଇଥିବା ବେଳେ ଅସଦାଚରଣ ଉଦ୍ୟମ କରୁଥିଲା ଯୁବକ, ଚଳନ୍ତା ଟ୍ରେନରେ ଅଭିଯୁକ୍ତକୁ ଧରି ପୁଲିସ ହାତରେ ଦେଲେ ଯୁବତୀ

Advertisment
ଶୋଇଥିବା ବେଳେ ଅସଦାଚରଣ ଉଦ୍ୟମ କରୁଥିଲା ଯୁବକ, ଚଳନ୍ତା ଟ୍ରେନରେ ଅଭିଯୁକ୍ତକୁ ଧରି ପୁଲିସ ହାତରେ ଦେଲେ ଯୁବତୀ

thenewsminute.com

ଚେନ୍ନାଇ : ଚଳନ୍ତା ଟ୍ରେନରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ଅଭିଯୋଗ ହେବା ପରେ ତାମିଲନାଡୁ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ବେଳେ ଘଟଣାଟି ଗତ ସପ୍ତାହରେ ଘଟିଥିଲା ବୋଲି ସାମ୍ନାକୁ ଆସିଛି। ପୀଡ଼ିତାଙ୍କୁ ତୁରନ୍ତ ସାହାଯ୍ୟ ନ ମିଳିଥିଲେ ମଧ୍ୟ ସେ ହାର୍ ନ ମାନି ଶେଷରେ ଅଭିଯୁକ୍ତକୁ ଗିରଫ କରାଇବାରେ ସଫଳ ହୋଇଥିଲେ ବୋଲି ଖବର ମିଳିଛି।

Image result for rape The Hindu

ସୂଚନା ମୁତାବକ, ନଭେମ୍ବର ୫ରେ ଏର୍ଣ୍ଣାକୁଲମରୁ ପୀଡ଼ିତା କୋଚୁଭେଲି-ମହୀଶୂର ଏକ୍ସପ୍ରେସ୍ ଟ୍ରେନରେ ଚଢ଼ିଥିଲେ। ତାଙ୍କ ସହ ତାଙ୍କର ଜଣେ ବନ୍ଧୁ ମଧ୍ୟ ଥିଲେ। ଟ୍ରେନ ଛାଡ଼ିବା ପରେ ସେ ଶୋଇ ଯାଇଥିଲେ। ପରଦିନ ସକାଳ ୫ଟା ମଧ୍ୟରେ କେହି ଜଣେ ତାଙ୍କ ଛାତି ଓ ପେଟକୁ ସ୍ପର୍ଶ କରୁଥିବାର ସେ ଅନୁଭବ କରିଥିଲେ। ଏତିକି ମଧ୍ୟରେ ତାଙ୍କର ନିଦ ଭାଙ୍ଗି ଯାଇଥିଲା।  ଅଭିଯୁକ୍ତ ପୀଡ଼ିତାଙ୍କୁ ଉଠିବା ଦେଖି ଅନ୍ୟ ବଗିକୁ ଚାଲି ଯାଇଥିଲେ। କିନ୍ତୁ ପୀଡ଼ିତା ଚୁପ୍ ନ ବସି ସାହାଯ୍ୟ ପାଇଁ ଚିତ୍କାର କରିବା ସହ ଅଭିଯୁକ୍ତର ପଛେ ପଛେ ଯାଇଥିଲେ। କିନ୍ତୁ କୋଚ୍ ମଧ୍ୟରେ ଟିଟିଇ ନ ଥିବା ସହ କୌଣସି ସୁରକ୍ଷାକର୍ମୀ ନଥିବାରୁ ପୀଡ଼ିତାଙ୍କୁ ସାହାଯ୍ୟ ମିଳି ନ ଥିଲା। ଯାହା ପରେ ସେ ନିଜ କୋଚକୁ ଫେରି ଆସି କେମିତି ସାହାଯ୍ୟ ପାଇ ପାରିବେ ସେ ବିଷୟରେ ଚିନ୍ତା କରିଥିଲେ। ଏତିକି ମଧ୍ୟରେ ଅଭିଯୁକ୍ତ ନିଜ ବଗି ଛାଡ଼ି ଆଗ ବଗିକୁ ଚାଲି ଯାଇଥିଲା। ତିରୁପାଟ୍ଟୁରରେ ‌ଟ୍ରେନଟି ପହଞ୍ଚିବା ପରେ ପୀଡ଼ିତା ଆରପିଏଫ୍ ଓ ଜିଆରପି ପୁଲିସ ସାହାଯ୍ୟରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲେ। କିନ୍ତୁ ସମୟ ଅଭାବ ହେତୁ ସେ ଅଭିଯୋଗ ଲେଖି ପାରି ନଥିଲେ। ବେଙ୍ଗାଲୁରୁରେ ଟ୍ରେନଟି ପହଞ୍ଚିବା ପରେ ପୀଡ଼ିତା ସେଠାରେ ଅଭିଯୁକ୍ତ ବିରୋଧରେ ଏତଲା ଲେଖାଇଥିଲେ। ତେବେ ଏତଲାଟି ବେଙ୍ଗାଲୁରୁରେ ଲେଖାଯାଇଥିବାରୁ ଅଭିଯୁକ୍ତକୁ ଗିରଫ କରିଥିବା ଜିଆରପି ପୁଲିସ ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe