ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିଜର ୭ ଦିନର ନାତୁଣୀକୁ ଜେଜେମାଆ ହତ୍ୟା କରିଥିବା ଅଭିଯୋଗ

Advertisment
ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିଜର ୭ ଦିନର ନାତୁଣୀକୁ ଜେଜେମାଆ ହତ୍ୟା କରିଥିବା ଅଭିଯୋଗ

Photo Credit: Getty Images

ବେଙ୍ଗାଲୁର: ଜଣେ ଜ୍ୟୋତିଷ ଭବିଷ୍ୟବାଣୀ ଉପରେ ବିଶ୍ବାସ କରି ବେଙ୍ଗାଲୁରର ଜଣେ ମହିଳା ନିଜର ୭ ଦିନର ନାତୁଣୀକୁ କାଟି ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ହେଉଛନ୍ତି ପରମେଶ୍ବରୀ ଏ। ପରମେଶ୍ବରୀ ହେଉଛନ୍ତି ଚିକାବନବରର ମେଦାରହଲିର ବାସିନ୍ଦା।

ଶନିବାର ପୁଲିସ୍‌ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରି ୧୪ ଦିନ ପର୍ଯ୍ୟନ୍ତ ହେପାଜତରେ ରଖିଛି। ମହିଳା ଜଣକ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଏପରି କରିଛନ୍ତି। ତାଙ୍କ ପୁଅର ନବଜାତ କନ୍ୟା ସନ୍ତାନ ତାଙ୍କ ପରିବାରର ଆର୍ଥିକ ସମସ୍ୟାର କାରଣ ବନିବ ବୋଲି ଜଣେ ଜ୍ୟୋତିଷ କହିବା ପରେ ମହିଳା ତାଙ୍କ ନାତୁଣୀକୁ ଏପରି ନିର୍ମମ ଭାବେ ହତ୍ୟା କରିଛନ୍ତି।

୨୦୧୮ ମସିହା ଡିସେମ୍ବରରେ ପରମେଶ୍ବରୀଙ୍କ ପୁଅ ତାଙ୍କ ନିଜ ପସନ୍ଦରେ ପ୍ରେମ ବିବାହ କରିଥିଲେ। ଯୁବକ ଜଣକ ନିଜ ଘର ପାଖରେ ଏକ କ୍ଷୀର ବୁଥ୍‌ ଚଳାନ୍ତି। ପ୍ରଥମରୁ ହିଁ ପରମେଶ୍ବରୀ ଅସନ୍ତୁଷ୍ଟ ଥିଲେ ଯେ ତାଙ୍କ ପୁଅ ତାଙ୍କ ଇଚ୍ଛାରେ ବିବାହ କରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe