ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ‌ କରିବା ପରେ ଘର ପାଖରେ ମହିଳାଙ୍କୁ ଛାଡ଼ିଦେଲେ ୪ ଦୁଷ୍କର୍ମକାରୀ

Advertisment
ଚଳନ୍ତା କାର୍‌ରେ ଗଣଦୁଷ୍କର୍ମ‌ କରିବା ପରେ ଘର ପାଖରେ ମହିଳାଙ୍କୁ ଛାଡ଼ିଦେଲେ ୪ ଦୁଷ୍କର୍ମକାରୀ

Representational Picture

ବେଙ୍ଗାଲୁର: ବେଙ୍ଗାଲୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଚଳନ୍ତା କାରରେ ଚାରି ଜଣ ମିଶି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ଘର ନିକଟରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍‌ ସୂତ୍ରରୁ ଶୁକ୍ରବାର ପିଟିଆଇକୁ ସୂଚନା ଦିଆଯାଇଛି। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପ‌ରେ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାରୁ ପ୍ରକାଶ ଯେ ମହିଳା ଜଣକ କୋରାମଙ୍ଗଲମ୍‌ରେ ଥିବା ‘ନ୍ୟାସନାଲ ଗେମ୍ସ ଭିଲେଜ୍‌’ ଉଦ୍ୟାନରେ ନିଜର ପୁରୁଷବନ୍ଧୁଙ୍କ ବସିଥିଲେ। ମହିଳାଙ୍କ ବନ୍ଧୁ ସେଠାରୁ ଚାଲିଯିବା ପରେ ୪ ଜଣ ଯୁବକ ମହିଳାଙ୍କୁ ଏକ ଗାଡ଼ିକୁ ଟେକି ନେଇଥିଲେ।  ମାର୍ଚ ୨୫ ତାରିଖ ରାତି ପ୍ରାୟ ୧୦ଟା ସମୟରେ ୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ପହଞ୍ଚିବା ପରେ ମହିଳାଙ୍କୁ ସେମାନଙ୍କ କାର ଭିତରକୁ ଟାଣି ନେଇ ବସାଇବା ସହ ଖୁବ୍ ଜୋର୍‌ରେ ଗାଡ଼ି ଚଳାଇ ପଳାଇ ଯାଇଥିଲେ।

ପୁଲିସର ସୂଚନା ଅନୁସାରେ, ସେମାନେ ଚଳନ୍ତା କାର ମଧ୍ୟରେ ହିଁ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ମାର୍ଚ ୨୬ ତାରିଖରେ ସେମାନେ ମହିଳାଙ୍କୁ ତାଙ୍କ ଘର ନିକଟରେ ଛାଡି ଏ ସଂପର୍କରେ କାହାକୁ ନକହିବାକୁ ଧମକ ଦେଇଥିଲେ। ଯଦି ପୁଲିସକୁ ଏହି ଘଟଣା ସଂପର୍କରେ ଜଣାପଡ଼େ ତ ପରିସ୍ଥିତି ଭୟଙ୍କର ହେବ ବୋଲି କହି ଡରାଇଥିଲେ।

ତେବେ ପୀଡ଼ିତା ଜଣକ ପ୍ରଥମେ ଡାକ୍ତରଖାନା ଯାଇ ନିଜର ଚିକିତ୍ସା କରାଇଥିବା ବେଳେ ପରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଜଣେ ପୁଲିସ ଅଧିକାରୀ ତାଙ୍କର ବୟାନ ଦେଇ କହିଛନ୍ତି, ‘ଆମେ ଏହି ଘଟଣାର ତଦନ୍ତ କରୁଛୁ। ଏହି ଚାରିଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe