ଖାଦ୍ୟ ପହଞ୍ଚାଇବାରେ ବିଳମ୍ବ ହେବାରୁ ଡେଲିଭରି ବଏଙ୍କୁ ନିସ୍ତୁକ ପିଟିଲେ ଗ୍ରାହକ

ଶୋଭା ଥିଏଟର ନିକଟରେ ଅର୍ଡର ନେଇ ପହଞ୍ଚିବାରେ ଜୋମାଟୋ ଡେଲିଭରି ବଏଙ୍କ ହୋଇଗଲା ସାମାନ୍ୟ ବିଳମ୍ବ। ରାଗରେ ଡେଲିଭରି ବଏଙ୍କୁ ନିସ୍ତୁକ ପିଟି‌ଲେ ଦୁଇଜଣ ଗ୍ରାହକ । ଅଭିଯୋଗ ନକରି ଘଟଣାସ୍ଥଳରୁ ଚାଲିଗଲେ ଡେଲିଭରି ବଏ।

c26ceadd-3226-4f88-bb43-7fa2e82eef85

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଶୋଭା ଥିଏଟର ନିକଟରେ ଦୁଇଜଣ ଗ୍ରାହକ ଜଣେ ଜୋମାଟୋ ଡେଲିଭରି ବୟଙ୍କ ଉପରେ ଦାଦାଗିରି ଦେଖାଉଥିବାର ଭିଡିଓ ସାମ୍ନାକୁ ଆସିଛି।

ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ସେମାନଙ୍କର କ୍ରୋଧ ପ୍ରକାଶ କରି ଡେଲିଭରି ବଏମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘ଲୋକେ ମାନବିକତା ଭୁଲି ଗଲେଣି କି?


ପ୍ରକାଶ ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ ଜଣେ ଜୋମାଟୋ ଡେଲିଭରି ବଏଙ୍କୁ ଅର୍ଡର ନେଇ ଶୋଭା ଥିଏଟର ନିକଟରେ ପହଞ୍ଚିବାର ଥିଲା। ଏହି ସମୟରେ ଉକ୍ତ ଡେଲିଭରି ବଏଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା। ଯାହା ଫଳରେ ଡେଲିଭରି ବଏ ଏବଂ ଗ୍ରାହକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଯୁକ୍ତିତର୍କ ମଧ୍ୟରେ ଜଣେ ବ୍ୟକ୍ତି ହଠାତ୍ ପାଖରେ ଥିବା ଏକ ପ୍ଲାଷ୍ଟିକ୍ ପାତ୍ର ଉଠାଇ ଡେଲିଭରି ଏଜେଣ୍ଟଙ୍କ ମୁଣ୍ଡରେ ଦୁଇଥର ଜୋରରେ ଆଘାତ ଦେଇଥିଲେ। କେବଳ ଏତିକି ନୁହେଁ ପାଖରେ ଥିବା

ଅନ୍ୟ ଯୁବକ ଜଣକ ବି ଚେୟାର ଉଠାଇ ଡେଲିଭରି ବଏଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡେଲିଭରି ବଏ ଏବଂ ଦୁଇ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା। କିନ୍ତୁ ମାନବିକତା ଦେଖା ଡେଲିଭରି ବଏ ଅଭିଯୋଗ ଦାଖଲ କରିବାକୁ ମନା କରିଦେଇ ପୁଲିସକୁ କହିଥିଲେ, ‘ଆଜ୍ଞା ମୋତେ ଯିବାକୁ ଦିଅନ୍ତୁ। ମୋର ଉପରେ ଅନେକ ଦାୟିତ୍ବ ଅଛି। ଏସବୁ ସମସ୍ୟାରେ ମୁଁ ପଶିବାକୁ ଚାହୁଁନାହିଁ।’

ଡେଲିଭରି ବଏଙ୍କ ଏଭଳି ବୟାନ ପରେ ପୁଲିସ ଆକ୍ରମଣ କରିଥିବା ଗ୍ରାହକଙ୍କ ବିରୋଧରେ ମାମଲା ରୁଜୁ କରି ନଥିଲା।
ଜୋମାଟୋକୁ ନେଇ ଏହା ପ୍ରଥମ ଘଟଣା ନୁହେଁ। ଗ୍ରାହକମାନେ ପୂର୍ବରୁ ଏମିତି କିଛି ଘଟଣାକୁ ନେଇ ଜୋମାଟୋ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe