ଭଞ୍ଜନଗର: ଭୋଜିବେଳେ କଳି; ଜଣକୁ ହତ୍ୟା

Advertisment
ଭଞ୍ଜନଗର: ଭୋଜିବେଳେ କଳି; ଜଣକୁ ହତ୍ୟା

ଭଞ୍ଜନଗର: ଭଞ୍ଜନଗର ଥାନା ଅର୍ନ୍ତଗତ ଆଖୁପଦର ଗାଁ’ର ଜଣେ ତରୁଣଙ୍କୁ ତାଙ୍କର ସାଥିମାନେ ପିଟି ପିଟି ମାରି ପକାଇଥିବା ଅଭିଯୋଗ ହୋଇଛି। ନିହତ ୧୮ ବର୍ଷିୟ ତରୁଣଙ୍କ ନାଁ ସାଗର ନାୟକ ବୋଲି ଜଣାପଡ଼ିଛି।

ଶନିବାର ରାତିରେ ଆଖୁପଦର ଗାଁ’ ମୁଣ୍ଡରେ ସେହି ଗାଁ’ର ସାଗର ନାୟକ, ପ୍ରକାଶ ନାୟକ, ବିଞ୍ଜି ନାୟକ, ଲାଲୁ ନାୟକ, ଶିବଶଙ୍କର ସେଠୀ ଏବଂ ପଡ଼ୋଶୀ ଡେମାକୁଣ୍ଡା ଗାଁ’ର ଅମୂଲ୍ୟ ସ୍ୱାଇଁ ଭୋଜିଭାତ କରିଥିଲେ। ସେମାନେ ଭୋଜି ଖାଇବା ପରେ କୌଣସି କାରଣରୁ ନିଜ ମଧ୍ୟରେ କଜିଆ କରିଥିଲେ। ପରେ ୪ ତରୁଣ ଗୋଟିଏ ପଟିଆ ହୋଇ ସାଗରକୁ ମାରଧର କରୁ କରୁ ସେ ମରିଯାଇଥିବା ଜଣାପଡୁଛି। ସେମାନେ ସମସ୍ତେ ମଦ ପିଇଥିଲେ ବୋଲି ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି କିଛି ଲୋକେ ଅନୁମାନ କରୁଛନ୍ତି।

ରାତି ବଢ଼ିବା ପରେ ସାଗର ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରିବାରୁ ଭୋଜିସ୍ଥଳରେ ତା’ର ଶବ ପଡ଼ିଥିବାର ଦେଖିଥିଲେ।

ସେମାନେ ଥାନାକୁ ଖବର ଦେବା ପରେ ଆଜି ସକାଳେ ତଦନ୍ତ ନିମନ୍ତେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁର ମଗାଇଛି।

୪ ଅଭିଯୁକ୍ତ ଗାଁ’ରୁ ନିରୁଦ୍ଦେଶ ହୋଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe