ସାଇବର ଠକଙ୍କ ଘରେ ଆୟୋଜିତ ବିବାହ ଭୋଜିରେ ସାମିଲ ହେଲେ ପୁଲିସ ଅଧିକାରୀ

Advertisment

ରାଜସ୍ଥାନର ଭରତପୁରର ଡିଗ ଜିଲ୍ଲାର ପହାଡି ଥାନାର ଏଏସଆଇ ଜଣେ ସାଇବର ଠକଙ୍କ ଘରେ ଆୟୋଜିତ ହୋଇଥିବା ବିବାହ ଉତ୍ସବ‌ରେ ସାମିଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

ରାଜସ୍ଥାନର ଭରତପୁରର ଡିଗ ଜିଲ୍ଲାର ପହାଡି ଥାନାର ଏଏସଆଇ ଜଣେ ସାଇବର ଠକଙ୍କ ଘରେ ଆୟୋଜିତ ହୋଇଥିବା ବିବାହ ଉତ୍ସବ‌ରେ ସାମିଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭିଡିଓ ଭାଇରାଲ ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ।

ନବପ


ନୂଆଦିଲ୍ଲୀ: ରାଜସ୍ଥାନର ଭରତପୁରର ଡିଗ ଜିଲ୍ଲାର ପହାଡି ଥାନାର ଏଏସଆଇ ଜଣେ ସାଇବର ଠକଙ୍କ ଘରେ ଆୟୋଜିତ ହୋଇଥିବା ବିବାହ ଉତ୍ସବ‌ରେ ସାମିଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସାଇବର ଠକ ସହିତ ବସି ଥାନା ଅଧିକାରୀ ଖାଉଥିବା ପିଉଥିବାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଥାନା ଅଧିକାରୀ ଦେବେନ୍ଦ୍ର ସିଂହଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ରାଜସ୍ଥାନ ଓ ହରିୟାଣା ସୀମାସ୍ଥିତ ଭରତପୁର ତଥା ଡିଗ ଜିଲ୍ଲାକୁ ସାଇବର ଅପରାଧ ପାଇଁ ସମଗ୍ରଦେଶରେ ସମାଲୋଚନା ‌କରାଯାଇଥାଏ। ଏଠାରେ ବସବାସ କରୁଥିବା ସାଇବର ଠକ ସମଗ୍ରଦେଶର ଲୋକଙ୍କୁ ନିଜର ଜାଲରେ ଫସାଇ ‌ଥାଆନ୍ତି। ଏହି ସାଇବର ଠକଙ୍କୁ ଧରିବା ସହିତ ସେମାନଙ୍କ ଜାଲକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବା ପାଇଁ ପୁଲିସ କଡ଼ା ପଦକ୍ଷେପ ନେବା ସହିତ ଅପରେସନ ଆଣ୍ଟିଭାଇରସ ନାମରେ ଅଭିଯାନ ଆରମ୍ଭ କରିଛି। ଏଥିସହିତ ସାଇବର ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ବି କରୁଛି। ଏଭଳି ସମୟରେ ଥାନାଅଧିକାରୀ ସାଇବର ଠକ ସହିତ ବସିଥିବା ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୁଲିସ ଅଧିକାରୀ ସାଇବର ଠକଙ୍କ ଘରେ ଆୟୋଜିତ ହୋଇଥିବା ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣାକୁ ନେଇ ‌ଲୋକେ ପୁଲିସ ବିଭାଗର ମଜାକ ଉଡ଼ାଉଛନ୍ତି। କୁହାଯାଉଛି କି ଏଏସଆଇ ଦେବେନ୍ଦ୍ର ସିଂହଙ୍କୁ ସାଇବର ଠକଙ୍କ ଘରୁ ଯିବାପାଇଁ ପହାଡ଼ି ଥାନାଅଧିକାରୀ  ନିର୍ଦ୍ଦେଶ ଦେଇଥି‌ଲେ।’ 

ଅଧିକପଢ଼ନ୍ତୁ:https://sambad.in/india-and-beyond/murdered-any-time-pappu-yadav-wrote-a-letter-to-home-ministry-7368413

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe