Advertisment

ଓଜନ ହ୍ରାସ ଓ ଡିପ୍ରେସନର ଚିକିତ୍ସା ନାମରେ ଯୁବକ-ଯୁବତୀଙ୍କୁ ଦିଆଯାଉଥିଲା ଡ୍ରଗ୍ସ

Advertisment

ଅଭିଯୋଗ ହୋଇଛି ଯେ ଯୁବତୀମାନଙ୍କୁ ଓଜନ ହ୍ରାସ ନାମରେ ଡ୍ରଗ୍ସ ଦିଆଯାଉଥିଲା। ଉକ୍ତ ଯୁବତୀମାନଙ୍କୁ ଯେତେବେଳେ ଡ୍ରଗ୍ସ ନିଶା ହୋଇଯାଉଥିଲା ସେମାନଙ୍କୁ ଶୋଷଣ କରାଯାଉଥିଲା ।

ଅଭିଯୋଗ ହୋଇଛି ଯେ ଯୁବତୀମାନଙ୍କୁ ଓଜନ ହ୍ରାସ ନାମରେ ଡ୍ରଗ୍ସ ଦିଆଯାଉଥିଲା। ଉକ୍ତ ଯୁବତୀମାନଙ୍କୁ ଯେତେବେଳେ ଡ୍ରଗ୍ସ ନିଶା ହୋଇଯାଉଥିଲା ସେମାନଙ୍କୁ ଶୋଷଣ କରାଯାଉଥିଲା ।

drugs

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କ୍ରାଇମବ୍ରାଞ୍ଚ ଦୁଇ ଜଣ ମେଥାମ୍ଫେଟାମାଇନ୍ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ଡ୍ରଗ୍ସ ବିରୋଧରେ ଚାଲିଥିବା ଅଭିଯାନ ଅଧୀନରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ସୈଫୁଦ୍ଦିନ ଏବଂ ଶାହରୁଖ ସହରର ବିଭିନ୍ନ କ୍ଲବ୍ ଏବଂ ପାର୍ଟିରେ ମେଥାମ୍ଫେଟାମାଇନ୍ ପାଉଡର ଯୋଗାଣ କରୁଥିଲେ। 

ପୁଲିସ ଗିରଫ ପରେ ଅଭିଯୁକ୍ତଙ୍କଠାରୁ ପ୍ରାୟ ୧୫ ଗ୍ରାମ ଏମଡି ଡ୍ରଗ୍ସ, ଗୋଟିଏ ସ୍କୁଟି ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଅଭିଯୋଗ ହୋଇଛି ଯେ ଜିମମାନଙ୍କରେ ଯୁବତୀମାନଙ୍କୁ ଓଜନ ହ୍ରାସ ନାମରେ ଡ୍ରଗ୍ସ ଦିଆଯାଉଥିଲା। ଉକ୍ତ ଯୁବତୀମାନଙ୍କୁ ଯେତେବେଳେ ଡ୍ରଗ୍ସ ନିଶା ହୋଇଯାଉଥିଲା ସେମାନଙ୍କୁ ଶୋଷଣ କରାଯାଉଥିଲା । ଏମିତି କି ଉକ୍ତ ଯୁବତୀମାନଙ୍କୁ ଡ୍ରଗ୍ସ ଆଳରେ କ୍ଲବ୍ ପାର୍ଟିର 'ଆକର୍ଷଣର କେନ୍ଦ୍ର' କରାଯାଉଥିଲା।

କେବଳ ଏତିକି ନୁହେଁ କିଛି ଡାକ୍ତରମାନେ ଡିପ୍ରେସନର ଚିକିତ୍ସା ନାମରେ ଯୁବକମାନଙ୍କୁ  ମେଥାମ୍ଫେଟାମାଇନ୍ ପାଉଡର ନିଶା ପ୍ରତି ଆକର୍ଷିତ କରୁଥିବା ବି ଅଭିଯୋଗ ହୋଇଛି। 

କ୍ରାଇମ୍ ବ୍ରାଞ୍ଚ ଏହି ଘଟଣାରେ କ୍ଲବ୍ ଅପରେଟର, ମ୍ୟାନେଜର ଏବଂ ଆୟୋଜକଙ୍କ ଏଥିରେ ସମ୍ପୃକ୍ତ ଅଛି କି ନାହିଁ ସେ ଦିଗରେ ତଦନ୍ତ କରୁଛି। ତଦନ୍ତରୁ  ଯଦି ସେମାନଙ୍କର ସମ୍ପୃକ୍ତି ଜଣାପଡ଼େ, ତେବେ ଲାଇସେନ୍ସ ବାତିଲ ହେବା ସହ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe