ଭୋପାଳ: କୁକୁରକୁ ପିଟି ପିଟି ଫାଶୀ ଦେଇଥିବା ତିନିଜଣ ହତ୍ୟାକାରୀଙ୍କୁ ଖୋଜୁଛି ପୁଲିସ

ଭୋପାଳ: କୁକୁରକୁ ପିଟି ପିଟି ଫାଶୀ ଦେଇଥିବା ତିନିଜଣ ହତ୍ୟାକାରୀଙ୍କୁ ଖୋଜୁଛି ପୁଲିସ

Image Courtesy of DW

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଗୋଟାଏ କୁକୁରକୁ ହତ୍ୟା କରିଥିବା ଅଭିଯୋଗରେ ତିନିଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ଏହି ପୋଷା କୁକୁରଟି ଭୋପାଳର ରତିବାଦ ଅଞ୍ଚଳରେ ଅଭିଯୁକ୍ତମାନଙ୍କ ମଧ୍ୟରୁ କୁଆ‌ଡ଼େ ଜଣକୁ କାମୁଡ଼ି ଦେଇଥିଲା। ଏଥିପାଇଁ କୁକୁରର ମାଲିକଙ୍କ ପରିବାର ଏବଂ କୁକୁର କାମୁଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ବିବାଦ ହୋଇଥିଲା।

କୁକୁର ମାଲିକ ଅଭିଯୁକ୍ତଙ୍କୁ ଭରସା ଦେଇ କହିଥିଲେ ଯେ କୁକୁରଟି ରେବିଜ୍ ଟିକା ନେଇଛି, ଭୟ କରିବାର କାରଣ ନାହିଁ। କିନ୍ତୁ, ଅଭିଯୁକ୍ତ କୁକୁର ମାଲିକଙ୍କ କଥା ଶୁଣିବା ପରିସ୍ଥିତିରେ ନ ଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ପରେ ଅଭିଯୁକ୍ତ ନିଜର ଦୁଇ ବନ୍ଧୁଙ୍କ ସହ ବଳପୂର୍ବକ କୁକୁର ମାଲିକଙ୍କ ଘରେ ପଶିଥିଲା।

publive-image Image Source: Times Now

ତା’ପରେ ତିନିହେଁ ମିଶି ଜଞ୍ଜିରରେ ବନ୍ଧା ‌ଯାଇଥିବା ସେ କୁକୁରକୁ ପିଟିଲେ ଏବଂ ତା’ ବେକରେ ଖଣ୍ଡେ ତାର ବାନ୍ଧି ତାକୁ ପାହାଚ ବାଡ଼ାରେ ଝୁଲାଇ ଦେଇଥିଲେ। ଫଳରେ ଅଣନିଃଶ୍ବାସୀ ହୋଇ କୁକୁରଟି ମରିଯାଇଥିଲା।

ପାହାଚରେ ଝୁଲି କୁକୁରଟି ଅଣନିଃଶ୍ବାସୀ ହୋଇପଡୁଥିବା କୁକୁରଟିକୁ ଛାଡ଼ି ଦେବାକୁ ମଧ୍ୟ ମାଲିକ ଅନୁନୟ ହୋଇ ସେମାନଙ୍କୁ କହିଥିଲେ। କିନ୍ତୁ, ସେମାନେ କର୍ଣ୍ଣପାତ କରି ନ ଥିଲେ। ଗଲାବେଳେ ମଲା କୁକୁରଟିକୁ ମଧ୍ୟ ସେମାନେ ସାଥିରେ ନେଇଯାଇଥିଲେ।

ଏ ଘଟଣା ପରେ କୁକୁର ମାଲିକ ରତିବାଦ ଥାନାକୁ ଯାଇ ତିନିଜଣଙ୍କ ବିରୋଧରେ ଅଭିଯୋଗ ଫାଇଲ କରିଥିଲେ। ରତିବାଦ ଥାନା ଇନ୍‌ଚାର୍ଜ ସୁଦେଶ ତିୱାରି କହିଛନ୍ତି ଯେ ତିନି ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୫୦୬ ଏବଂ ୪୨୯ ଦଫାରେ ମାମଲା ରୁଜୁ କରାଯାଇଛି।

ଏବେ ସେ ତିନି ଅଭିଯୁକ୍ତ ‌ଫେରାର ହୋଇଯାଇଛନ୍ତି। ପୁଲିସ ସେ ମଲା କୁକୁରଟିକୁ ମଧ୍ୟ ଖୋଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe