ଅନଲାଇନ ଗେମରେ ହାରିଯିବା ପରେ ବ୍ୟାଙ୍କ ଲୁଟର ଯୋଜନା କରିବା ମହଙ୍ଗା ପଡ଼ିଲା

ଅନଲାଇନ ଗେମ ଖେଳି ହାରିଯିବା ପରେ ଟଙ୍କା ପୈଠ ପାଇଁ ସୋସିଆଲ ମିଡିଆରେ ଭିଡିଓ ଦେଖି ବ୍ୟାଙ୍କ ଲୁଟର ଉପାୟ ଆପଣାଇଥିଲା ଲୁଟେରା। ସିସିଟିଭିକୁ ଆଧାର କରି ଲୁଟରାକୁ ଗିରଫ କଲା ପୁଲିସ।

ପନପ


ନୂଆଦିଲ୍ଲୀ: ଭୋପାଳର ପିପଲାନି ଅଞ୍ଚଳରେ ବ୍ୟାଙ୍କ ଲୁଟର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଲୁଟ ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ କାବୁ କରିଛି। 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁବକ ଅନଲାଇନ ଗେମିଂ ଦ୍ବାରା ଲକ୍ଷାଧିକ ଟଙ୍କା ହରାଇ ଦେଇଥିଲେ। ଏହାର ଭରଣ ପାଇଁ ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। ତେଣୁ ସେ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ। ଗିରଫ  ଜଣକ ଆୟୁର୍ବେଦିକ ଚିକିତ୍ସା ଏବଂ ଶଲ୍ୟ  ଚିକିତ୍ସାରେ ସ୍ନାତକ ଛାତ୍ର ଥିବା ଜଣାପଡ଼ିଛି। 

ଅଧିକପଢ଼ନ୍ତୁ:ହମାସ କବଳରେ ଥିବା ଝିଅର ଭିଡିଓ ଦେଖି ଭାଙ୍ଗିପଡ଼ିଛନ୍ତି ପରିବାରଲୋକ

ଅଭିଯୁକ୍ତ ଯୁବକ ଜଣକ ହାତରେ ଲଙ୍କାଗୁଣ୍ଡ ଧରି ପିପଲାନିସ୍ଥିତ ଏକ ଘରୋଇ ବ୍ୟାଙ୍କ ଲୁଟ କରିବା ପାଇଁ ଯୋଜନା କରିଥିଲେ। ଏହାପରେ ସେ ବ୍ୟାଙ୍କରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ସିନେମା ଶୈଳୀରେ ଭୟଭୀତ କରିଥିଲେ।  କର୍ମଚାରୀମାନେ ସାହାସର ସହ ଲୁଟେରାକୁ ଘେରିବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। 

ଏହି ଲୁଟ ଘଟଣା ସମ୍ପର୍କରେ ଖବର ପାଇବା ପରେ ପିପଲାନି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ସିସିଟିଭି ମାଧ୍ୟମରେ ଲୁଟେରାର ବାଇକ ନମ୍ବରରୁ ତାର ପରିଚୟ ବାହାର କରି ପୁଲିସ ଗିରଫ କରିଥିଲା। 

ଅଭିଯୁକ୍ତ ପାଖାପାଖି ୧୫ଦିନ ହେବ ସୋସିଆଲ ମିଡିଆ ଜରିଆରେ ବ୍ୟାଙ୍କ କିପରି ଲୁଟ କରାଯାଏ ସେନେଇ ଭିଡିଓ ଦେଖିଥିଲା। ଏହି ସମୟରେ ସେ ଜାଣିବାକୁ ପାଇଥିଲା ଲୁଟ କରିବାକୁ ହେଲେ ପ୍ରଥମେ ଲଙ୍କାଗୁଣ୍ଡର ସ୍ପ୍ରେ ଆବଶ୍ୟକ ପଡ଼ିଥାଏ।

ଅଧିକପଢ଼ନ୍ତୁ:ଶ୍ରୀମନ୍ଦିର ମଧ୍ୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ମୁଖ୍ୟ ପ୍ରଶାସକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe