ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ଡାକ୍ତରାଣୀ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଚୋରି କରି ନେଇଥିବାର ଅବିଶ୍ବାସନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଫିଜିଓଥେରାପିଷ୍ଟ ଡାକ୍ତରାଣୀଙ୍କୁ ପୁଲିସ ଗିରଫ କରି ମା’ ଲକ୍ଷ୍ମୀଙ୍କ ରୁପାର ମୂର୍ତ୍ତିକୁ ଜବତ କରିଛି। ଜବତ ହୋଇଥିବା ମୂର୍ତ୍ତି ମୂଲ୍ୟ ପାଖାପାଖି ୬୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଅଧିକପଢ଼ନ୍ତୁ:ବିରାଟଙ୍କ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ଥିଲେ ଅନୁଷ୍କା
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଫିଜିଓଥେରାପିଷ୍ଟ ଡାକ୍ତରାଣୀଙ୍କ ବାପାଙ୍କ ଫ୍ୟାକ୍ଟ୍ରି ଏବଂ ବଙ୍ଗଳା ବିକ୍ରି ହେବା ପରେ, ସେ ହସ୍ପିଟାଲର ମନ୍ଦିରରୁ ଦେବୀ ଲକ୍ଷ୍ମୀଙ୍କ ରୂପାର ମୂର୍ତ୍ତି ଚୋରି କରି ନେଇଥିଲେ। ଏହା ମଧ୍ୟ କୁହାଯାଉଛି ଯେ ଡାକ୍ତରାଣୀ ଜଣକ ତାଙ୍କର କିଛି ଆଶା ପୂରଣ କରିବା ପାଇଁ ମା’ ଲକ୍ଷ୍ମୀଙ୍କ ରୂପା ମୂର୍ତ୍ତି ଚୋରି କରିଥିଲେ।
ମା’ ଲକ୍ଷ୍ମୀଙ୍କ ରୂପା ମୂର୍ତ୍ତି ଚୋରି ହେବାର ସମ୍ପୂର୍ଣ୍ଣ ଘଟଣା ହସ୍ପିଟାଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସିସିଟିଭି କ୍ୟାମେରାରେ ଡାକ୍ତରାଣୀ ଜଣକ ହସ୍ପିଟାଲର ମନ୍ଦିରରେ ଥିବା ମା’ ଲକ୍ଷ୍ମୀଙ୍କ ଏକ ରୂପା ମୂର୍ତ୍ତି ଧରି ଯାଉଥିବାର ଦେଖିବାକୁ ମିଳୁଛି।
ର୍ଏହି ଚୋରି ଘଟଣାରେ ପୁଲିସ ଗିରଫ କରିବା ପରେ ଫିଜିଓଥେରାପିଷ୍ଟ ଡାକ୍ତରାଣୀ କହିଥିଲେ, ‘ମୋତେ ଜଣେ ଜ୍ୟୋତିଷ ଲକ୍ଷ୍ମୀଙ୍କ ରୁପାର ମୂର୍ତ୍ତି ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ। ମୋ ପାଖରେ ରୁପାର ମୂର୍ତ୍ତି କିଣିବା ପାଇଁ ଅର୍ଥ ନଥିଲା। କାରଣ ବାପାଙ୍କ ଫ୍ୟାକ୍ଟ୍ରି ଓ ବଙ୍ଗଳା ସବୁକିଛି ବିକ୍ରି ହୋଇଯାଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଛୁ।
ଅଧିକପଢ଼ନ୍ତୁ:ଏହି କାରଣରୁ ଶିବଲିଙ୍ଗକୁ ସ୍ପର୍ଶ କରିବାର ଅନୁମତି ଦିଆଯାଇ ନଥିଲା
ତେଣୁ ମୁଁ ଜଣେ ଜ୍ୟୋତିଷଙ୍କ ପାଖକୁ ଯାଇଥିଲି। ସେ ମୋତେ ରୁପାର ମୂର୍ତ୍ତି ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ। ରୁପାର ମୂର୍ତ୍ତି ପୂଜା କରିବା ଦ୍ବାରା ଆର୍ଥିକ ସଙ୍କଟ ଦୂର ହୋଇଯିବ ବୋଲି ଜ୍ୟୋତିଷ ଜଣକ କହିଥିଲେ।
ମା’ ଲକ୍ଷ୍ମୀଙ୍କ ରୁପାର ମୂର୍ତ୍ତି କିଣିବା ପାଇଁ ଏବେ ମୋ ପାଖରେ ସାମର୍ଥ୍ୟ ନଥିବାରୁ ମୁଁ ହସ୍ପିଟାଲର ମନ୍ଦିରରେ ଥିବା ରୁପାର ମୂର୍ତ୍ତି ଚୋରି କରିବାକୁ ସ୍ଥିର କରିଥିଲି।’