NDTV.com
ଡେରାଡୁନ୍ : ଗତବର୍ଷ ଡେରାଡୁନ୍ରେ ସବୁଠାରୁ ବଡ଼ ଏଟିଏମ୍ କ୍ଲୋନିଙ୍ଗ ହେବା ପରେ ଚଳିତବର୍ଷ ପୁଣି ସେହି ଭଳି ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଶନିବାର ନେହେରୁ କଲୋନିରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ଏକା ସାଙ୍ଗରେ ୯ଟି ବ୍ୟାଙ୍କ ଆକାଉଣ୍ଟରୁ ଅପରାଧିମାନେ ଟଙ୍କା କାଢ଼ି ନେଇଥିବାର ମାମଲା ଏବେ ସାମ୍ନାକୁ ଆସିଛି। ଏସ୍ଏସ୍ପି ନିବେଦିତା କୁକରେତିଙ୍କ କହିବା ଅନୁଯାୟୀ,୯ଟି ଖାତାରୁ ସମୁଦାୟ ୩ଲକ୍ଷ ୮୫ହଜାର ଟଙ୍କା କଢ଼ା ଯାଇଛି । କେଉଁ ଭଳି ଭାବରେ ଏହି କ୍ଲୋନିଙ୍ଗ କରାଯାଇଥିଲା, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ଡେରାଡୁନ୍ ପୁଲିସ୍।
DNA Indiaସୂଚନା ମୁତାବକ, ଗତ ବର୍ଷ ଜୁଲାଇ ମାସରେ ଡେରାଡୁନ୍ର ଏହି ଅଞ୍ଚଳରେ ସାଇବର କ୍ରାଇମ୍ର ସବୁଠାରୁ ବଡ଼ ମାମଲା ସାମ୍ନାକୁ ଆସିଥିଲା । ଅପରାଧିମାନେ ୪ଟି ଏଟିଏମ୍ରୁ ଡାଟା ଚୋରାଇବା ଜରିଆରେ ୧୨୧ଟି ବ୍ୟାଙ୍କ ଖାତାରୁ ୪୫ଲକ୍ଷ ଟଙ୍କା କାଢ଼ି ନେଇଥିଲେ । ଯାହାକୁ ନେଇ ୨୭ଜଣ ଲୋକ ଅଭିଯୋଗ କରିଥିଲେ ।
Follow Us