ଘରଲୋକ ଯେଉଁଠି କହିବେ ଖୁସି‌ରେ ବିବାହ କରିବ

Advertisment

ପ୍ରେମିକା, ଭଉଣୀ ଓ ଭିଣୋଇଙ୍କ ପାଖକୁ ଶେଷ ଚିଠି ଲେଖି ଜୀବନ ହାରିଦେଲେ ଭଡ଼ା ଘରେ ରହୁଥିବା ଯୁବକ। ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ପୁଲିସ। ଜୀବନ ହାରିବାର କାରଣ ଅସ୍ପଷ୍ଟ।

ପ୍ରେମିକା, ଭଉଣୀ ଓ ଭିଣୋଇଙ୍କ ପାଖକୁ ଶେଷ ଚିଠି ଲେଖି ଜୀବନ ହାରିଦେଲେ ଭଡ଼ା ଘରେ ରହୁଥିବା ଯୁବକ। ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି ପୁଲିସ। ଜୀବନ ହାରିବାର କାରଣ ଅସ୍ପଷ୍ଟ।

dar


ନୂଆଦିଲ୍ଲୀ: ଗାଜିଆବାଦର ନନ୍ଦଗ୍ରାମ ପୁଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ଜଣେ ଯୁବକ ମଙ୍ଗଳବାର ସକାଳେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି। ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି। ଏହି ଯୁବକ ଜଣକ ଚିଠିରେ ଶେଷ ଇଚ୍ଛା ତ ଲେଖିଛନ୍ତି କିନ୍ତୁ ଜୀବନ ହାରିବାର କାରଣ ଲେଖି ନାହାନ୍ତି। 

ସୂଚନାଯୋଗ୍ୟ, ମୁଜଫରପୁର ବିହାରର କଟୱାଡା ଗ୍ରାମର ବାସିନ୍ଦା ୨୫ ବର୍ଷୀୟ କୁନ୍ଦନ କୁମାର ଠାକୁର ନନ୍ଦଗ୍ରାମ ପୁଲିସ ଷ୍ଟେସନ ଅଞ୍ଚଳର ବନୱାରୀ ନଗରରେ ଓମପାଲ ଯାଦବଙ୍କ ଘରେ ଭଡାରେ ରହୁଥିଲେ। ସେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ।
ପୁଲିସର ସୂଚନାନୁସାରେ, ମଙ୍ଗଳବାର ସକାଳେ କୁନ୍ଦନ କୁମାର ଠାକୁର କୋଠରିରେ ଫାଶୀ ଲଗାଇ ଜୀବନ ହାରି ଦେଇଛନ୍ତି।  ଘରମାଲିକ କୋଠରିରେ କୁନ୍ଦନଙ୍କୁ ଝୁଲୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁନ୍ଦନଙ୍କ ମୃତଦେହ ଉଦ୍ଧାର କରିବା ସମୟରେ ଏକ ହାତଲେଖା ଚିଠି ପାଇଥିଲା। 

ଏହି ଚିଠିରେ କୁନ୍ଦନ ଲେଖିଛନ୍ତି, ‘ଦିଦି ମୁଁ ଆଉ ବଞ୍ଚିବାକୁ ଚାହୁଁନାହିଁ। ମା’କୁ ତୁ ତୋ ସହିତ ରଖିବୁ। ଦୁଃଖୀ ହେବାକୁ ଦେବୁ ନାହିଁ। ମୁଁ ଆଗକୁ ନଥିବି ତେଣୁ ମା’କୁ ଆଉ ଦେଖି ପାରିବି ନାହିଁ। ତୁ ମୋ କଥା ଚିନ୍ତା କରିବୁ ନାହିଁ। ମୁଁ ଗଲାପରେ ସମସ୍ତଙ୍କୁ ବୁଝାଇ ରଖିବୁ। ଭିଣୋଇ ମୋର ଏକ ଶେଷ ଇଚ୍ଛା ପୁରୁଣ କରିବ। ମଲା ପରେ ମୋର ମୃତଦେହକୁ ଗାଁକୁ ନେଇଯିବ। ମୋର ଆତ୍ମାର ଶାନ୍ତି ପାଇଁ ଭିଣୋଇ ଏତିକି କଷ୍ଟ କରିବ।’

କେବଳ ଏତିକି ନୁହେଁ କୁନ୍ଦନ ପ୍ରେମିକାର ନାମ ଲେଖି ଲେଖିଛନ୍ତି, ‘ମୋତେ କ୍ଷମା କରିଦେବ। ଘରଲୋକ ଯେଉଁଠି ଠିକ କରିବେ ଖୁସିରେ ବାହା ହୋଇଯିବୁ। ମୋତେ ମନେ ପକାଇବ ନାହିଁ।

କୁନ୍ଦନ କୁମାର ଠାକୁର ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇନାହିଁ। ତାଙ୍କ ପ୍ରେମିକାଙ୍କ ସହ ମତଭେଦ ହେତୁ କୁନ୍ଦନ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରି ଯାଞ୍ଚ ଜାରି ରଖିଛି। 

ଏଖବର ବି ପଢ଼ନ୍ତୁ: https://sambad.in/entertainment/anil-arora-commits-suicide-7060999

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe