ବିହାର: ବିହାରର ଆରାରିଆ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସ୍କୁଟିରେ ଯାଉଥିବା ସମୟରେ ଜଣେ ବିପିଏସସି ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଶିକ୍ଷୟିତ୍ରୀ ଉତ୍ତରପ୍ରଦେଶର ବାରବାଙ୍କିର ବାସିନ୍ଦା ଶିବାନୀ ବର୍ମା ଥିବା ଜଣାପଡ଼ିଛି।

Advertisment

ଅଧିକପଢ଼ନ୍ତୁ:ସଞ୍ଚାର ସାଥୀ ଆପ୍ ସ୍ମାର୍ଟଫୋନରେ ପ୍ରି-ଇନଷ୍ଟଲ୍ ହେବ ନାହିଁ: ସରକାର ଆଦେଶକୁ ପ୍ରତ୍ୟାହାର କଲେ

ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା

ସୂଚନାଯୋଗ୍ୟ, ଶିକ୍ଷୟିତ୍ରୀ ଶିବାନୀ ବର୍ମା ଆରାରିଆ ଜିଲ୍ଲାର ନରପତଗଞ୍ଜକୁ ସ୍କୁଟି ଯୋଗେ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିବାନୀ ସ୍କୁଟିରୁ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛିଲୋକ ଶିବାନୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥି‌ଲେ। ହେଲେ ଡାକ୍ତର ଶିକ୍ଷୟିତ୍ରୀଙ୍କୁ ମୃତଘୋଷଣା କରିଥିଲେ। ହତ୍ୟାର କାରଣ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି । ଶିବାନୀଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ମଧ୍ୟ ଚେଷ୍ଟା କରାଯାଉଛି। ଗୁଳି କରି ଫେରାର ଥିବା ଲୋକଙ୍କୁ ପୁଲିସ  ଗିରଫ ପାଇଁ କରୁଛି ତଦନ୍ତ।

ଅଧିକପଢ଼ନ୍ତୁ:କୋଳେଇ ପାରିବୁନି ସତ କିନ୍ତୁ ସୁରକ୍ଷା ତ ଦେଇ ପାରିବୁ