ଏମ୍ସ ନର୍ସଙ୍କ ଦୁଇଜଣ ସନ୍ତାନଙ୍କୁ ଘରେ ପଶି ଜାଳି ଦେଲେ ଦୁର୍ବୃତ୍ତ

ଅପରାଧୀମାନେ ପାଟନାର ଜାନିପୁର ପୁଲିସ ଷ୍ଟେସନ ଅଞ୍ଚଳରେ ବସବାସ କରୁଥିବା ଏମ୍ସ ନର୍ସଙ୍କ ଘରେ ପ୍ରବେଶ କରି ତାଙ୍କର ଦୁଇଜଣ ପିଲାଙ୍କୁ ଜୀବନ୍ତ ଜାଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।

Nwt4)

ପାଟନା: ପାଟନାର ଜାନିପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅପରାଧୀମାନେ ଜଣେ ନର୍ସଙ୍କ ଘରେ ପ୍ରବେଶ କରି ତାଙ୍କର ଦୁଇଜଣ ପିଲାଙ୍କୁ ଜୀବନ୍ତ ଜାଳି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। ମୃତ ପିଲାଦ୍ବୟଙ୍କ ନାମ ଅଞ୍ଜଳି ଏବଂ ଅଂଶ ଥିବା ଜଣାପଡ଼ିଛି। 

ସୂଚନାଯୋଗ, ଗୁରୁବାର ଅପରାହ୍ନରେ ଜାନିପୁରର ବାସିନ୍ଦା ଶୋଭା ଏବଂ ଲାଲନ କୁମାର ଗୁପ୍ତାଙ୍କ ସନ୍ତାନ ଅଞ୍ଜଳି ଓ ଅଂଶ ସ୍କୁଲରୁ ଆସି ଘରେ ଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତମାନେ ଜୋରଜବରଦସ୍ତି ଏମ୍ସରେ ନର୍ସ ଭାବେ କାମ କରୁଥିବା ଶୋଭାଙ୍କ ଘର ଭିତରକୁ ପଶି ଆସିଥିଲେ। ଘରେ ଅଞ୍ଜଳି ଓ ଅଂଶ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ଦୁଇ ସନ୍ତାନଙ୍କୁ ଜିଅନ୍ତା ଜାଳି ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ଏହି ଲୋମଟାଙ୍କୁରା ଘଟଣା ବିଷୟରେ ସୂଚନା ପାଇବା ପରେ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପିଲାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ତେବେ ଦୁର୍ବୃତ୍ତମାନେ ଏପରି ଭାବେ ନର୍ସଙ୍କ ଦୁଇ ସନ୍ତାନଙ୍କୁ କାହିଁକି ହତ୍ୟା କଲେ ତାହାର କାରଣ ଖବର ଲେଖା ହେଲା ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ଲୋକେ ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe