ନକଲି ଆଇପିଏସ ମିଥିଲେଶଙ୍କ ଭାଇରାଲ ହେଲା ନୃତ୍ୟ ଭିଡିଓ

Advertisment

ନକଲି ଆଇପିଏସ ଅଧିକାରୀ ହେବାର ଅଧଘଣ୍ଟା ଭିତରେ ଧରାପଡ଼ିଯାଇଥିବା ମିଥିଲେଶ ମାନଝି ଆଇସକ୍ରିମ ଦୋକାନରେ ଯୁବତୀଙ୍କ ସହିତ ଭୋଜପୁରୀ ଗୀତରେ କରିଥିଲେ ନୃତ୍ୟ। ଭିଡିଓ ଭାଇରାଲ ପରେ ଲୋକେ ଦେଉଛନ୍ତି ଏଭଳି ପ୍ରତିକ୍ରିୟା ।

ନକଲି ଆଇପିଏସ ଅଧିକାରୀ ହେବାର ଅଧଘଣ୍ଟା ଭିତରେ ଧରାପଡ଼ିଯାଇଥିବା ମିଥିଲେଶ ମାନଝି ଆଇସକ୍ରିମ ଦୋକାନରେ ଯୁବତୀଙ୍କ ସହିତ ଭୋଜପୁରୀ ଗୀତରେ କରିଥିଲେ ନୃତ୍ୟ। ଭିଡିଓ ଭାଇରାଲ ପରେ ଲୋକେ ଦେଉଛନ୍ତି ଏଭଳି ପ୍ରତିକ୍ରିୟା ।

sw

ନୂଆଦିଲ୍ଲୀ: ବିହାରର ଜମୁଇରେ ୨ଲକ୍ଷ ଟଙ୍କା ଦେଇ ନକଲି ଆଇପିଏସ ଅଧିକାରୀ ହୋଇଥିବା ମିଥିଲେଶ ମାନଝିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ନିକଟରେ ତାଙ୍କୁ ନେଇ ଏକ ଗୀତ ବାହାର କରାଯାଇଥିଲା। ଯାହାର ନାମ ନକଲି ମିଥିଲେଶ ରଖା ଯାଇଥିଲା।ଏହି ଗୀତକୁ ମିଥିଲେଶ ପ୍ରମୋଟ କରୁଥିବାର ଏକ ଭିଡିଓ  ବି ସାମ୍ନାକୁ ଆସିଥିଲା।

 ନିକଟରେ ‌ସୋସିଆଲ ମିଡିଆରେ ମିଥିଲେଶ ଏକ ଭୋଜପୁରୀ ଗୀତରେ ନୃତ୍ୟ କରୁଥିବାର ଭିଡିଓ ଘୁରି ବୁଲୁଛି। ଯେଉଁଥିରେ ସେ ଜଣେ ଯୁବତୀଙ୍କ ସହିତ ଠୁମକା ଲଗାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ଏକ ଆଇସକ୍ରିମ ପାର୍ଲର ନିକଟରେ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ମିଥିଲେଶ ଯୁବତୀଙ୍କ ସହ ନୃତ୍ୟ କରୁଥିବା ବେଳେ ଅନେକଲୋକ ଏହାକୁ କ୍ୟାମେରାରେ ରେକର୍ଡ କରିବା ସହିତ ସେଲଫି ନେବାକୁ ଭିଡ଼ ଜମାଇଥିଲେ।

ସୋସିଆଲ ମିଡିଆରେ ମିଥିଲେଶଙ୍କ ଏହି ଭିଡିଓକୁ କିଛିଲୋକ ପସନ୍ଦ କରୁଥିବା ବେଳେ ଆଉ କିଛିଲୋକ ଏଭଳି ଘଟଣା ପ୍ରଚାର କରିବାର କିଛି କାରଣ ନଥିବା ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି। 

କଲି ଆଇପିଏସ ଅଧିକାରୀ ବନିବାର ଅଧଘଣ୍ଟା ଭିତରେ ପୁଲିସ ହାତରେ ଧରାପଡ଼ିଯାଇଥିବା ମିଥିଲେଶ କୁମାର ଥାନାରୁ ଫେରି କହିଥିଲେ, ‘ ଦୁଇଲକ୍ଷ ଟଙ୍କା ନେଇ ଜଣେ ବ୍ୟକ୍ତି ମୋତେ ପୁଲିସ ପୋଷାକ, ବ୍ୟାଚ ଓ ନକଲି ବନ୍ଧୁକ ଦେଇ ଆଇପିଏସ ଅଧିକାରୀ କରିଥିଲେ। ମୁଁ ଏହି ବେଶରେ କାହାକୁ କିଛି ଆଘାତ ପହଞ୍ଚାଇ ନଥିବାରୁ ପୁଲିସ ‌ମୋତେ ଛାଡ଼ି ଦେଇଥିଲା। ଆଗାମୀ ଦିନରେ ମୁଁ ନକଲି ଡାକ୍ତର ଦେବାର ଇଚ୍ଛା ରଖିଛି।’

ଅଧିକ ପଢ଼ନ୍ତୁ:https://sambad.in/crime/chandan-verma-whatsapp-status-viral-7242927

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe