ରେଡଲାଇଟ ଏରିଆରେ ପ୍ରେମିକାକୁ ବିକ୍ରି କରିଥିଲା ପ୍ରେମିକ

ପ୍ରେମ ଜାଲରେ ଫସାଇ ପ୍ରେମିକାଙ୍କୁ ମା’ଙ୍କ ସହିତ ମିଶି ରେଡ ଲାଇଟ ଏରିଆରେ ବିକ୍ରି କରି ଦେଇଥିଲା ପ୍ରେମିକ। କୌଶଳ କ୍ରମ ଖସି ଆସି ନିଜ ସହିତ ଘଟିଥିବା ଘଟଣାକୁ ପୁଲିସ ସାମ୍ନାରେ ବଖାଣିଛି ନାବାଳିକା।

କବ


ନୂଆଦିଲ୍ଲୀ: ବିହାରର କଟିହାରରେ ଜଣେ ନାବାଳିକାଙ୍କୁ ଅଜଣା ନମ୍ବରେ କଥା ହେବା ମହଙ୍ଗା ପଡ଼ିଯାଇଛି। ନାବାଳିକା ଜଣକ ଅଜଣା ନମ୍ବରରେ କଥା ହୋଇ ଅଜଣା ବ୍ୟକ୍ତିଙ୍କ ପ୍ରେମଜାଲରେ ଫସି ଯାଇଥିଲେ। ଏହାପରେ ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ରେଡ ଲାଇନ ଏରିଆରେ ବିକ୍ରି କରି ଘଟଣାସ୍ଥଳରୁ ଚମ୍ପଟ ମରିଥିଲା। 

ପୀଡ଼ିତାଙ୍କ କହିବାନୁସାରେ, ତିନିମାସ ପୂର୍ବରୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ଏହି କଲଟି ଅଭିଯୁକ୍ତ ନୀରଜର ଥିଲା। ମୁଁ ପ୍ରଥମେ ଚିହ୍ନି ନାହିଁ କହି ଫୋନ କାଟି ଦେଇଥିଲି। ନୀରଜ କିନ୍ତୁ ପ୍ରତିଦିନ କଲ କରୁଥିଲା। ମୁଁ ଧୀରେଧୀରେ ନୀରଜ ସହିତ କଥା ହେବା ଆରମ୍ଭ କରିଥିଲି। ଏପରି କଥ‌ା ହେଉହେଉ ତାର ପ୍ରେମ ଜାଲରେ ଫସି ଯାଇଥିଲି।

ନୀରଜ ଯେତେବେଳେ ମୋ ବିଶ୍ବାସ ଜିତି ଯାଇଥିଲା ସେ ମୋତେ ତାର ମା’ଙ୍କ ସହିତ ଭେଟାଇବ ବୋଲି କହି  କଟିହାରରୁ ପୂର୍ଣ୍ଣିଆ ଡକାଇଥିଲା।  ମୁଁ ବି ତା’ କଥାକୁ ବିଶ୍ବାସ କରି ଘରେ କାହାକୁ କିଛି ନଜଣାଇ ପୂର୍ଣ୍ଣିଆରେ ପହଞ୍ଚି ଯାଇଥିଲି। ସେଠାରେ ନୀରଜ ମୋତେ ବୁଲାଇବା ସହିତ ମୋତେ ଯାହା ପସନ୍ଦ ତାହା ଖୁଆଇଥିଲା। ଏହାପରେ ମୁଁ କିଛି ବୁଝିବା ପୂର୍ବରୁ ମୋତେ ସେ ତାର ମା’ଙ୍କ ସହିତ ମିଶି ଦେହ ବ୍ୟବସାୟ ପାଇଁ ରେଡ ଲାଇଟ ଏରିଆରେ ବିକ୍ରି କରି ଦେଇଥିଲା।  ମୁଁ ସେଠାରେ ତିନିମାେସ ଧରି ଦୁଷ୍କର୍ମର ଶିକାର ହୋଇଛି। ତିନିମାସ ଅନେକ ନିର୍ଯାତନା ସହିବା ପରେ   କୌଶଳ କ୍ରମେ ଖସି ଆସିବାରେ ସଫଳ ହୋଇଛି।

ରେଡଲାଇଟ ଏରିଆରୁ ଖସି ଆସିବା ପରେ ନୀରଜ ଓ ତାର ମା’ ଏବେ ମୋତେ ଖୋଜୁଛନ୍ତି ବୋଲି ପୀଡ଼ିତ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe