Advertisment

ରେଳବାଇରେ ଚାକିରି ପରେ ପ୍ରେମିକାକୁ ଯୌତୁକ ଦାବି ପ୍ରେମିକଙ୍କୁ ମହଙ୍ଗା ପଡ଼ିଲା

Advertisment

ପୀଡିତ ପ୍ରମୋଦ କୁମାର ସାହନି କିଛି ଦିନ ପୂର୍ବରୁ ରେଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇବା ପରେ ପ୍ରେମିକା ସହିତ କଥା ହେବା କରି ଦେଇଥିଲେ ବନ୍ଦ। ଯୁବତୀଙ୍କ ପରିବାରଲୋକ ଜବରଦସ୍ତି କଲେ ବିବାହ।

ପୀଡିତ ପ୍ରମୋଦ କୁମାର ସାହନି କିଛି ଦିନ ପୂର୍ବରୁ ରେଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚାକିରି ପାଇବା ପରେ ପ୍ରେମିକା ସହିତ କଥା ହେବା କରି ଦେଇଥିଲେ ବନ୍ଦ। ଯୁବତୀଙ୍କ ପରିବାରଲୋକ ଜବରଦସ୍ତି କଲେ ବିବାହ।

ପ


ନୂଆଦିଲ୍ଲୀ: ବିହାରରେ ଜୋରଜବରଦସ୍ତି ଜଣେ ରେଳକର୍ମଚାରୀଙ୍କୁ ବିବାହ କରାଯିବା ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ପୀଡିତ ପ୍ରମୋଦ କୁମାର ସାହନି କିଛି ଦିନ ପୂର୍ବରୁ ରେଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚାକିରି ପାଇଥିଲେ। ସେ ରେଳବାଇରେ ଚାକିରି ପାଇବା ପରେ ଦୁଇବର୍ଷ ଧରି ଭଲପାଇ ଆସୁଥିବା ଯୁବତୀ ରୋସନି କୁମାରୀଙ୍କୁ ଭୁଲି ଯାଇଥିଲେ। ପ୍ରମୋଦ କୁମାର ରୋସନିଙ୍କ ସହିତ ଆଉ କୌଣସି ପ୍ରକାର ଯୋଗଯୋଗ ରଖି ନଥିଲେ। ଯୁବତୀ ଜଣକ ଏହି ଘଟଣା ବିଷୟରେ ନିଜର ପରିବାରଲୋକଙ୍କୁ ଜଣାଇଥିଲେ। ପରିବାରଲୋକ ଯୋଜନା କରି ପ୍ରମୋଦଙ୍କୁ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଧରି  ବିଦ୍ୟାପତିଧାମ ମନ୍ଦିରକୁ ନେଇ ଜୋରଜବରଦସ୍ତ ଝିଅ ସହିତ ବିବାହ ଦେଇଥିଲେ ପ୍ରlମୋଦ ପ୍ରେମିକାଙ୍କ ଘରଲୋକ।

ଏହି ଘଟଣାକୁ ନେଇ ରୋସନି କହିଛନ୍ତି, "ଆମେ ଦୁଇ ବର୍ଷ ହେବ ପରସ୍ପରକୁ ଭଲ ପାଇ ଆସିଥିଲୁ। ପ୍ରମୋଦ ବି ମୋତେ ଖୁବ ଭଲ ପାଉଥିଲେ। ନିକଟରେ ତାଙ୍କର ରେଳବାଇରେ ଚାକିରି ହୋଇଯାଇଥିଲା। ଏହାପରେ ହଠାତ ତାଙ୍କ ସ୍ବଭାବ ବଦଳି ଯାଇଥିଲା। ସେ ମୋ ସହିତ ଆଉ ଯୋଗଯୋଗ ରଖି ନଥିଲେ। ମୁଁ ଫୋନ କଲେ ବି ବ୍ୟସ୍ତ ଅଛି କହି କାଟି ଦେଇଥିଲେ। ବିବାହ କଥା କହିବାରୁ ସେ ୧୦ଲକ୍ଷ ଟଙ୍କା ଦାବି କରିଥିଲେ। 

ମୁଁ ୧୦ଲକ୍ଷ ଟଙ୍କା ଯୌତୁକ ଆଣିଲେ ଯାଇ ସେ ମୋତେ ବିବାହ କରିବେ ବୋଲି କହିଥିଲେ। ଏ ଘଟଣା ପରିବାରଲୋକଙ୍କୁ ଜଣାଇବା ପରେ ସେମାନେ ପ୍ରlମୋଦକୁ ଡକାଇ ମନ୍ଦିରକୁ ନେଇ ମୋର ବିବାହ  କରାଇଛନ୍ତି।’

ଏହି ଘଟଣାରେ ପ୍ରମୋଦ ନିରାଶ ହୋଇ କହିଛନ୍ତି, ‘ହଁ ମାନୁଛି ମୁଁ ରୋସନି ସହିତ କଥା ହେଉଥିଲି। କିନ୍ତୁ ତା’ ମୋ ଭିତରେ କୌଣସି ପ୍ରକାର ପ୍ରେମ ସମ୍ପର୍କ ନଥିଲା। ଦେଖାସାକ୍ଷାତ ବି ହୁଏ ନାହିଁ। କେବଳ ଫୋନରେ ଯାହା କଥା ହେଉଥିଲୁ। ମୋର ରେଳବାଇରେ ଚାକିରି ହୋଇଯିବା ପରେ ସେ ମୋ ଉପରେ ବିବାହ ଚାପ ପକାଇଥିଲା। ମୁଁ ମନା କରିବାରୁ ମିଛସତ କହି ତାର ପରିବାରଲୋକଙ୍କୁ ଉସୁକାଇ ମୋ ସହିତ ବିବାହ କରିଛି। ଏ ସମ୍ପର୍କ ଆଗକୁ କ’ଣ ହେବ ମୁଁ ଜାଣିନାହିଁ। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe