ପୁଲିସ ଅଧିକାରୀ ଡ୍ୟୁଟି ବେଳେ ମାଲିସ କରାଉଥିଲେ; ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ଡ୍‌

Advertisment
ପୁଲିସ ଅଧିକାରୀ ଡ୍ୟୁଟି ବେଳେ ମାଲିସ କରାଉଥିଲେ; ଭିଡିଓ ଭାଇରାଲ ହେବା ପରେ ସସ୍‌ପେଣ୍ଡ୍‌

oneindia.com

ପାଟନା: ଡ୍ୟୁଟିରେ ଥିବା ବେଳେ ଅଧିନସ୍ଥ କର୍ମଚାରୀଙ୍କୁ ମାଲିସ କରାଇବା ମହଙ୍ଗା ପଡ଼ିଛି। ବିହାର ପୁଲିସର ଜଣେ ଏଏସ୍‌ଆଇ ନିଲମ୍ବିତ ହୋଇଛନ୍ତି। ଘଟଣାଟି ଘଟିଛି ବିହାରର କୈମୁର ଜିଲ୍ଲାର ଚାଇଁପୁର ପୁଲିସ ଷ୍ଟେସନ୍‌ରେ।

ଏଏସ୍‌ଆଇ ଜାଫର ଇମାମ୍‌ ପୁଲିସ ପୋଷାକରେ ଥିବାବେଳେ ତାଙ୍କୁ ପୋଷାକରେ ଥିବା ଆଉ ଜଣେ କର୍ମଚାରୀ ମାଲିସ କରୁଥିଲେ। କେବଳ ସେତିକି ନୁହେଁ, ଏହି ସମୟରେ ସେ ଲୋକମାନଙ୍କ ଅଭିଯୋଗ ମଧ୍ୟ ଗ୍ରହଣ କରୁଥିଲେ।

publive-image

କେହି ଜଣେ ଏହି ସମୟର ଭିଡ଼ିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ି ଦେଇଥିଲେ। ଏହାପରେ ଭିଡ଼ିଓଟି ଭାଇରାଲ୍‌ ହୋଇଥିଲା। ଏହି ଭିଡ଼ିଓରେ ଏଏସ୍‌ଆଇ ଜଣକ ଥାନାକୁ ଆସିଥିବା ଲୋକଙ୍କୁ ଅଭଦ୍ର ଭାବେ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖା ଯାଇଥିଲା।

ଫଳରେ ଘଟଣା ପୁଲିସର ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା। ଏହାକୁ ଦେଖିବା ପରେ କୈମୁର୍‌ ଏସ୍‌ପି ଏଏସ୍‌ଆଇ ଜାଫର ଇମାମ୍‌ଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ପୁଲିସ ଲାଇନ୍‌କୁ ତାଙ୍କୁ ବଦଳି କରିଛନ୍ତି।

ଏଭଳି ଘଟଣା ପୁଲିସର ଭାବମୂର୍ତ୍ତିକୁ ବିଗାଡୁଛି ବୋଲି କୈମୁର୍‌ର ଡିଏସ୍‌ପି ଅଜୟ ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe