ବିହାର: ବାହାଘର ସରିବା କେତେ ଘଣ୍ଟା ପରେ ବାପାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଲେ କନିଅାଁ

Advertisment
ବିହାର: ବାହାଘର ସରିବା କେତେ ଘଣ୍ଟା ପରେ ବାପାଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେଲେ କନିଅାଁ

ଭବୁଆ: ବୁଧବାର ଦିନ ବିହାରର କୈମୁର ଜିଲ୍ଲା ଅନ୍ତର୍ଗତ ପସ୍ପିପଡ଼ା ଠାରେ ବିବାହ କରିବାର କେତେ ଘଣ୍ଟା ପରେ ଜଣେ କନିଅାଁ ତାଙ୍କ ବାପାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିଲେ। ଝିଅ ବାହାଘର ସମୟରେ ସେ ଗ୍ରାମର ଜଣେ ଲୋକ ତାଙ୍କୁ ଗୁଳି ମାରି ହତ୍ୟା କରଥିଲେ ବୋଲି କୁହାଯାଉଛି।

ସେ ଯୁବତୀଙ୍କ କହିବା ଅନୁସାରେ, କନ୍ୟାଦାନ ପାଇଁ ଉପବାସ କରିଥିବା ବେଳେ ମୋ ବାପାଙ୍କୁ ହତ୍ୟା କରାଯାଇଛି। ବରକନ୍ୟା ବେଶରେ ମୋ ସ୍ୱାମୀ ଓ ମୁଁ ତାଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେଲୁ।

ଏଭଳି କରି ସେ ଯୁବତୀ ଦେଶରେ ପ୍ରଚଳିତ ଯୁଗଯୁଗର ପରମ୍ପରା ଭଙ୍ଗ କରିଛନ୍ତି। ହିନ୍ଦୁପ୍ରଥା ମତେ ନବବିବାହିତାମାନେ ଶବସଂସ୍କାରରେ ଅଂଶଗ୍ରହଣ କରିପାରିବେ ନାହିଁ। ବର୍ଷକ ଯାଏଁ ମୃତ୍ୟୁ ପରର କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ବାରଣ କରାଯାଇଛି।
ଯୁବତୀଙ୍କ ବାପା ୪୨ ବର୍ଷିୟ ରାମ ରାଜ ରାମ ବିବାହ ଯୋଗାଡ଼ଯନ୍ତ୍ରରେ ଲାଗିଥିବା ବେଳେ ଅଭିଯୁକ୍ତ ମଙ୍ଗାରୁ ଓରଫ ସଞ୍ଜୟ ତାଙ୍କୁ ଗୁଳି ମାରିଥିଲେ ବୋଲି କୁହାଯାଉଛି। ତୁରନ୍ତ ତାଙ୍କୁ ମୋହାନିଆର ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ପହଞ୍ଚିବା ଆଗରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତରମାନେ କହିଥିଲେ।

ଗ୍ରାମବାସୀ ଏବଂ ବରଘରଙ୍କ ପରାମର୍ଶ କ୍ରମେ ବିବାହ ଅନୁଷ୍ଠାନ ଗ୍ରାମ ନିକଟରେ ଥିବା ଏକ ମନ୍ଦିରରେ ଅନୁଷ୍ଠିତ ହେଲା ପରେ ବରକନ୍ୟା ଶବସଂସ୍କାରରେ ଯୋଗ ଦେଇଥିଲେ।

ଜାନୁଆରି ମାସରେ କୌଣସି ଏକ କଳିକଜିଆ ଯୋଗୁଁ ରାମଙ୍କୁ ହତ୍ୟା କରିବାକୁ ମଙ୍ଗାରୁ ଧମକାଇ ଥିବା କଥା ତାଙ୍କ ପତ୍ନୀ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ମଙ୍ଗାରୁ ଜଣେ ଅପରାଧୀ ଏବଂ ଏକ ହତ୍ୟାକାଣ୍ଡରେ ୧୨ ବର୍ଷ ବାରାଣସୀ ଜେଲ୍‌ରେ କାଟିବା ପରେ ମୁକୁଳିଥିଲା।
ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe