୪ବର୍ଷର ପୁଅକୁ ହତ୍ୟା କରିବା ପରେ ଗ୍ୟାସରେ ଜାଳିବାକୁ ଚେଷ୍ଟା କରୁଥିଲା ମା’: ଦୃଶ୍ୟ ଦେଖି ଅଚେତ ହୋଇପଡ଼ିଲେ ବାପା

Advertisment
୪ବର୍ଷର ପୁଅକୁ ହତ୍ୟା କରିବା ପରେ ଗ୍ୟାସରେ ଜାଳିବାକୁ ଚେଷ୍ଟା କରୁଥିଲା ମା’: ଦୃଶ୍ୟ ଦେଖି ଅଚେତ ହୋଇପଡ଼ିଲେ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌର ଥାନା ହୀମପୁର ଅଞ୍ଚଳସ୍ଥ ଜଲାଲପୁର ହଂସନ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ତାର ଏକମାତ୍ର ପୁଅକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଚୁଲି ଓ ଗ୍ୟାସରେ ଜାଳିବାକୁ ଚେଷ୍ଟା କରୁଥିଲା। ଏହି ଘଟଣା ମୃତ ପୁଅର ବାପା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ମା’ଙ୍କୁ ଗିରଫ କରିଥିଲା।

ଏହି ଘଟଣାକୁ ନେଇ ମୃତ ପୁଅର ବାପା  କପିଲ କହିଛନ୍ତି, ‘ମୁଁ ସ୍ତ୍ରୀ ଆଦେଶ ଦେବୀ ଓ ମୋର ୪ବର୍ଷର ପୁଅ ସହିତ ବସବାସ କରେ। ଗତକାଲି ମୁଁ ସ୍ତ୍ରୀ ଓ ପୁଅକୁ ଘରେ ଛାଡ଼ି କାମ କରିବାକୁ ଚାଲି ଯାଇଥିଲି। ସେଠାରୁ ଫେରିବା ପରେ ଘରର ଅବସ୍ଥା ଦେଖି ହତବାକ ହୋଇଯାଇଥିଲି। ସ୍ତ୍ରୀ ଆଦେଶ ମୋ ପୁଅକୁ ହତ୍ୟା କରିବା ପରେ ତାକୁ ଗ୍ୟାସ‌ରେ ଜାଳିବାକୁ ଚେଷ୍ଟା କରୁଥିଲା। ଏ ଦୃଶ୍ୟ ଦେଖି ମୁଁ ଅ‌‌ଚେତ ହୋଇପଡ଼ିଥିଲି।

ଦୁର୍ଗନ୍ଧ ହେବାରୁ ପଡ଼ିଶ‌ାଲୋକ ଘରକୁ ଆସିବା ପରେ ଘଟଣା ସମ୍ପର୍କ‌ରେ ପୁଲିସକୁ ଖବର ଦେଇ ମୋତେ ପାଣି ଛିଞ୍ଚିଥିଲେ। ଚେତା ଫେରିବା ପରେ ମୁଁ ମୋ ପୁଅକୁ ହରାଇ ଦେଇଥିବ‌ା କଥା ଭାବିଲେ ମୋ ଛାତି ଫାଟି ଯାଉଛି। ସ୍ତ୍ରୀ ଏମିତି କାହିଁକି କଲା ମୁଁ ବୁଝି ପାରୁନାହିଁ। ଜୀବନରୁ ଅଧିକ ଭଲ ପାଉଥିବ‌ା ପୁଅକୁ ହରାଇ କେମିତି ବଞ୍ଚିବି ମୁଁ କିଛି ବୁଝି ପାରୁ ନାହିଁ।’

ଏହି ଘଟଣାକୁ ନେଇ ଅଭିଯୁକ୍ତାଙ୍କ ଭାଇ କହିଛନ୍ତି, ‘ମୋ ଭଉଣୀ ଆଦେଶ ଦେବୀର ମାନସିକ ଅବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିଲା। ସେ କ’ଣ କରୁଛି କ’ଣ ନାହିଁ କିଛି ବୁଝି ପାରୁ ନଥିଲା। ହୁଏତ ଏଥିପାଇଁ ସେ ଏଭଳି ଏକ ପଦକ୍ଷେପ ଉଠାଇ ଦେଇଛି। ପୁଲିସ ତାକୁ ଗିରଫ କରିଥିବା ବେଳେ ସେ ଏଯାବତ ଏହି ଘଟଣାକୁ ନେଇ ମୁହଁ ଖୋଲିନାହିଁ। ଚୁପଚାପ ଗୋଟିଏ ସ୍ଥାନରେ ବସି ରହିଛି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe