ଖୋଖୋ ଖେଳାଳିଙ୍କୁ ଦୁଷ୍କର୍ମ ଘଟଣା: ବନ୍ଧୁଙ୍କ ଅଡିଓ କ୍ଲିପ ଜରିଆରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଖୋଖୋ ଖେଳାଳିଙ୍କୁ ଦୁଷ୍କର୍ମ ଘଟଣା: ବନ୍ଧୁଙ୍କ ଅଡିଓ କ୍ଲିପ ଜରିଆରେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

connect-cx.com

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବିଜନୌରରେ ଜାତୀୟ ଖୋଖୋ  ଖେଳାଳିଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ପୁଲିସକୁ ଅନେକ ପ୍ରମାଣ ମିଳିଛି। ପୀଡିତାଙ୍କ ସାଙ୍ଗ ଦ୍ବାରା ସେୟାର କରାଯାଇଥିବା ଏକ ଅଡିଓ କ୍ଲିପକୁ ଆଧାର କରି ପୁଲିସ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୁଷ୍କର୍ମକାରୀକୁୁ ଗିରଫ କରିଛି।

ପୁଲିସର ସୂଚନାନୁସାରେ, ସେପ୍ଟେମ୍ବର ୧୦ ତାରିଖ ଦିନ ଅପରାହ୍ନ ପ୍ରାୟ ୨ ଟା ସମୟରେ ମହିଳା ସ୍କୁଲରେ ଫିଜିକାଲ ଟ୍ରେନିଂ ଶିକ୍ଷୟିତ୍ରୀ ଭାବେ ନୂଆ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ଇଣ୍ଟରଭ୍ୟୁ ସାରି ଫେରୁଥିବା ବେଳେ ରେଳ ଷ୍ଟେସନରେ ଶ୍ରମିକ ଭାବରେ କାମ କରୁଥିବା ଅଭିଯୁକ୍ତ ଶାହାଜାଦ ଓରଫ ହାଦିମ ତାଙ୍କୁ ଦେଖି ସିମେଣ୍ଟ ରେଳ ଚଟାଣକୁ ଟାଣି ନେଇ ଦୁଷ୍କର୍ମ  କରିବାକୁ ଉଦ୍ୟମ କରିଥିଲା।

ସେହି ସମୟରେ ମହିଳା ଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଉଥିଲେ। ଆଉ ସାହାଯ୍ୟ କର ସାହାଯ୍ୟ କର ବୋଲି ମହିଳା ଜଣକ ଚିତ୍କାର କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ମହିଳାଙ୍କ ଚୁନି ଏବଂ ତାର ପାଖରେ ଥିବା ଦଉଡିରେ ଗଳାକୁ ଚିପି ହତ୍ୟା କରିଥିଲା। କିଛି ସମୟ ପରେ ମହିଳାଙ୍କ ବନ୍ଧୁ ଆଉ କିଛି ଶୁଣିବାକୁ ପାଇ ନଥିଲେ।

ଦୁଷ୍କର୍ମକାରୀ ଜଣକ ମହିଳାଙ୍କ ଫୋନ ନେଇ ତାଙ୍କୁ ସେଭଳି ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହାପରେ ସ୍ଥାନୀୟ ଲୋକମାନେ ମହିଳାଙ୍କ କ୍ଷତବିକ୍ଷତ ଶରୀର ଦେଖି ପୁଲିସକୁ ଖବର ଦେଇଥିଲେ।

A representative illustration showing a man grabbing a woman's hand

ଦୁଷ୍କର୍ମକାରୀ ଘରେ ପହଞ୍ଚିବା ପରେ ପୀଡିତାଙ୍କ ଫୋନ୍ ବନ୍ଦ କରିଦେଇଥିଲା କିନ୍ତୁ ଏହାର ଶେଷ ସ୍ଥାନ ଅନୁସନ୍ଧାନ କରି ପୁଲିସ ତାର ବାସଭବନରେ ପହଞ୍ଚିଥିଲା। ଆଉ ଦୁଷ୍କର୍ମକାରୀକୁ କାବୁ କରି ନେଇଥିଲା।

ପୁଲିସ ଘଟଣାସ୍ଥଳରୁ ଦୁଷ୍କର୍ମକାରୀର ଏକ ଚପଲ ଏବଂ ଦୁଇଟି ଭଙ୍ଗା ବଟନ୍ ଜବତ କରିଛି। ଅଭିଯୁକ୍ତର ସାର୍ଟରେ ରକ୍ତ ଦାଗ ଲାଗିଥିଲା। ଯାହାକି ତାର ପତ୍ନୀ ଧୋଇଲା ବେଳେ ଦେଖିଥିଲେ ବୋଲି କହିଛନ୍ତି।

ଏହି ଘଟଣା ପରେ ତୁରନ୍ତ ମହିଳାଙ୍କ ବନ୍ଧୁ କଲ୍ ରେକର୍ଡିଂକୁ ପୁଲିସ ସହ ସେୟାର କରିଥିଲେ। ଏହି ଅଡିଓ ରେକର୍ଡିଂରେ ଯେତେବେଳେ ମହିଳାଙ୍କୁ ଅଭିଯୁକ୍ତ ଆକ୍ରମଣ କରୁଛି ତାଙ୍କ ଚିତ୍କାର ଶୁଣିବାକୁ ମିଳୁଛି।। ଏହି ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ପୁଲିସ ଅଭିଯୁକ୍ତର ପିଠିରେ ନଖ ଚିହ୍ନ ଥିବା ଦେଖିବାକୁ ପାଇଥିଲା। ନଖ ଚିହ୍ନ ମହିଳାଙ୍କ ଡିଏନଏ ସହିତ ମେଳ ଖାଉଛି କି ନାହିଁ ତାହା ନିଶ୍ଚିତ କରିବାକୁ ପାଇଁ ନମୁନା ପୋଷ୍ଟ-ମୋର୍ଟମ ପାଇଁ ପଠାଇଛି।

ପୁଲିସର ସୂଚନାନୁସାରେ ଅଭିଯୁକ୍ତ ବିବାହିତ ଏବଂ ତାର ଗୋଟିଏ ଝିଅ ଅଛି। ସେ ଜଣେ ନିଶା ସେବକ। ରେଳ ଷ୍ଟେସନରୁ ଜିନିଷ ଚୋରି କରିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଷ୍ଟେସନରେ ତାର ନାମରେ ଚାରିଟି ଅଭିଯୋଗ ହୋଇଛି।

ତିନି ଦିନ ମଧ୍ୟରେ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ଘଟଣାରେ ଜଡିତ ଥିବା ଦଳକୁ ପୁଲିସ ଅଧ୍ୟକ୍ଷକ ଧର୍ମବୀର ସିଂ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe