୨ ଗାଡ଼ି ଚୋର ଗିରଫ, ବାଇକ ଜବତ

Advertisment
ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରୁ ୨ ହାର୍ଡକୋର ନକ୍ସଲ ଗିରଫ

ଭୁବନେଶ୍ୱର: କେନାଲ ରୋଡ୍‌ରୁ ବାଇକ୍‌ ଚୋରି କରିଥିବା ଅଭିଯୋଗରେ ଆଜି ମଞ୍ଚେଶ୍ବର ଥାନା ପୁଲିସ ମହମ୍ମଦ ତୋହିଦ୍‌ ଓ ବିକ୍ରମ ମହାରଣାଙ୍କୁ ଗିରଫ କରିଛି। ତାଙ୍କଠାରୁ ଚୋରା ବାଇକ୍‌ ଜବତ କରାଯାଇଛି। ସୂଚନା ମୁତାବକ, ଗତ ରାତିରେ ବାରାଙ୍ଗ ଥାନା ଅଧୀନ ସୀତାରାମ ବଜାରର ସୌଭାଗ୍ୟ ମହାନ୍ତି କେନାଲ ରୋଡ୍‌ ଦେଇ ଯାଉଥିଲେ। ବାଟରେ ବାଇକ୍‌ ରଖି ଶୌଚ ହେବାକୁ କେନାଲ ତଳକୁ ଯାଇଥିଲେ। ବାଇକ୍‌ରେ ଚାବି ଲାଗିଥିଲା। ଅଭିଯୁକ୍ତ ମହମ୍ମଦ ତୋହିଦ୍‌ ସେହି ବାଟ ଦେଇ ଯିବା ବେଳେ ଗାଡ଼ି ନେଇ ଯାଇଥିଲେ। ଗାଡ଼ି ନେଇ ସେ ବିକ୍ରମଙ୍କୁ ବିକ୍ରି କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe