ବାନ୍ଧବୀଙ୍କୁ ଧୋକା ଦେଇ ଗାଡ଼ି ଚୋରି

Advertisment
ବନ୍ଧୁକ ଦେଖାଇ ଲୁଟିନେଲେ ଗହଣା, କଟୁରି ମାଡ଼ରେ ଶିକ୍ଷୟିତ୍ରୀଙ୍କ ହାତ ଭାଙ୍ଗିଲା

photo by : Odisha Sun Times

ଭୁବନେଶ୍ୱର: ବାନ୍ଧବୀଙ୍କୁ ଧୋକା ଦେଇ ଗାଡ଼ି ଚୋରି କରିଥିବା ଅଭିଯୁକ୍ତକୁ ଆଜି ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ଏଥିସହିତ ତା’ର ସହଯୋଗୀ ମଧ୍ୟ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଉଛି ମଞ୍ଚେଶ୍ବର ସତ୍ୟବିହାର ପ୍ଲଟ ନମ୍ବର ୧୧୫୪ରେ ରହୁଥିବା ଯାଜପୁର ଚଷାଖଣ୍ଡ ଗ୍ରାମର ଆଶିଷ ମହଲା। ତା’ର ସହଯୋଗୀ ହେଉଛି ଯାଜପୁର ଟାଉନ ଥାନା ଅଧୀନ ପଣସା ଗ୍ରାମର ମହେଶ ଜେନା। ସେମାନଙ୍କଠାରୁ ଚୋରି ସ୍କୁଟି ଜବତ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନା ମୁତାବକ, କଟକ ସାଲେପୁର ଥାନା ଅଶୁରେଶ୍ବର ହାଣ୍ଡିଭଙ୍ଗା ଗ୍ରାମର ପ୍ରମୋଦ କୁମାର ଜେନାଙ୍କ ଝିଅ ସ୍ବର୍ଣ୍ଣମୟୀ ଜେନା ସତ୍ୟବିହାରରେ ରୁହନ୍ତି। ଗତ ୨୧ ତାରିଖ ଅପରାହ୍‌ଣ ୩ଟା ବେଳେ ସେ ବନ୍ଧୁ ଆଶିଷଙ୍କ ସହ ପଳାସୁଣୀଠାରେ ଥିବା ଲକି କିରଣ ଫାମିଲି ରେଷ୍ଟୁରାଣ୍ଟକୁ ଆସିଥିଲେ। ଆଶିଷ ସ୍ବର୍ଣ୍ଣମୟୀଙ୍କ ସ୍କୁଟି (ଓଡି୦୨ଏଏକ୍ସ-୯୭୯୧) ନେଇ କିଛି ସମୟ ପରେ ଫେରି ଆସିଥିଲା। ହେଲେ ସେମାନେ ବାହାରକୁ ଆସିବା ପରେ ସେଠାରେ ସ୍କୁଟି ନଥିଲା। ସ୍ବର୍ଣ୍ଣମୟୀ ସମ୍ପୃକ୍ତ ରେଷ୍ଟୁରାଣ୍ଟର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ସିସିଟିଭି ଫୁଟେଜ୍‌ରେ ଜଣେ ମୁହଁ ଘୋ‌ଡାଇଥିବା ଯୁବକ ସ୍କୁଟି ନେଇ ପଳାଉଥିବା ଦେଖା‌ଯାଇଥିଲା। ଆଉ ଏକ କ୍ୟାମେରାରେ ଥିବା ଫୁଟେଜ୍‌ରେ ଏହି ଅଭିଯୁକ୍ତ ସହ ଆଶିଷ କଥାବାର୍ତ୍ତା ହେଉଥିବା ଦୃଶ୍ୟ ରହିଥିଲା। ଏଣୁ ଆଶିଷ ଉପରେ ସ୍ବର୍ଣ୍ଣମୟୀଙ୍କର ସନ୍ଦେହ ହୋଇଥିଲା। ସେ ପଚାରିବା ପରେ ଆଶିଷ ମନା କରିଥିଲେ ଏବଂ ତାଙ୍କ ନାମରେ ଅଭିଯୋଗ କଲେ ମାରିଦେବେ ବୋଲି ଧମକ ଦେଇଥିଲା। ଏଥିରେ ଭୟଭୀତ ନ ହୋଇ ସ୍ବର୍ଣ୍ଣମୟୀ ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିଲେ। ଆଜି ସକାଳ ୯ଟା ବେଳେ ଆଶିଷ ଉକ୍ତ ସ୍କୁଟି ଧରି ପାଣ୍ଡରା ଛକରେ ଛିଡ଼ା ହୋଇଥିବା ପୁଲିସ ଖବର ପାଇ ଚଢ଼ଉ କରିବା ସହ ସ୍କୁଟି ଜବତ କରିଥିଲା। ଆଶିଷର ବୟାନ ମୁତାବକ ତା’ର ସହଯୋଗୀ ମହେଶକୁ ତା’ ନିଜ ଘରୁ ପୁଲିସ ଗିରଫ କରିଥିଲା। ବାନ୍ଧବୀଙ୍କୁ ଧୋକା ଦେଇ ଏକ ନକଲି ଚାବିରେ ଗାଡ଼ି ଚୋରାଇଥିବା ଆଶିଷ ମାନିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe