କୁଖ୍ୟାତ ଲୁଟେରା ଗିରଫ, ୨ବାଇକ ଜବତ

Advertisment
କୁଖ୍ୟାତ ଲୁଟେରା ଗିରଫ, ୨ବାଇକ ଜବତ

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଟଙ୍କପାଣି ରୋଡ୍‌ରେ ପାଟ୍ରୋଲିଂ ସମୟରେ ବଡ଼ଗଡ଼ ଥାନା ପୁଲିସ ଜଣ କୁଖ୍ୟାତ ଲୁଟେରାକୁ ଗିରଫ କରିବା ସହ ୨ଟି ବାଇକ୍‌ ଜବତ କରିଛି। ସେ ହେଲା ବିଜେବିନଗର ଅଞ୍ଚଳର ସୀମା ଓରଫ ସୀମାଞ୍ଚଳ ଗୌଡ଼(୨୬)। ଦୀର୍ଘ ଦିନ ହେବ ସୀମା ଓ ତାର ଗ୍ୟାଙ୍ଗ୍‌ ରାଜଧାନୀରେ ବାଇକ୍‌ ଲୁଟ୍‌ କରି ପୁଲିସର ନିଦ ହଜାଇ ଦେଇଥିଲା। ସେମାନେ ସପିଂ ମଲ୍‌, ମାର୍କେଟ୍‌କୁ ଟାର୍ଗେଟ କରୁଥିଲେ। ଲୋକମାନେ ଗାଡ଼ି ରଖିବା ମାତ୍ରେ ଆଖି ପିଛୁଳାକେ ଲୁଟ୍‌ କରି ଉଭାନ ହୋଇଯାଉଥିଲେ। ଚୋରା ବାଇକ୍‌କୁ ରାତାରାତି ବାହାରକୁ ପଠାଉଥିଲେ। ଯେଉଁ ବାଇକ୍‌ଗୁଡ଼ିକର ବେଶି ଦର ହେଉ ନଥିଲା ସେଗୁଡ଼ିକୁ ଖୋଲି କବାଡ଼ିଆ ଦୋକାନରେ ବିକ୍ରି କରୁଥିଲେ। ରବିବାର ସନ୍ଧ୍ୟାରେ ପୁଲିସ ଟଙ୍କପାଣି ରୋଡ୍‌ ସ୍ଥିତ ଜଗନ୍ନାଥ ଅଶ୍ରମ ନିକଟରେ ଚେକିଂ କରୁଥିବାବେଳେ ବେଳେ ସୀମାକୁ ଅଟକାଇଥିଲା।  ଗାଡ଼ି କାଗଜପତ୍ର ମାଗିବାରୁ ସୀମା ଦେଖାଇ ପାରି ନଥିଲା। ଅନ୍ୟପକ୍ଷେ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲା। ହେଲେ ପୁଲିସ ତାକୁ କାବୁ କରି ଥାନାକୁ ନେଇଥିଲା। ଥାନାରେ ପଚରାଉଚରା ପରେ ସେ ଓ ତାର ସହଯୋଗୀ ବିଭିନ୍ନ ସ୍ଥାନରୁ ବାଇକ୍‌ ଚୋରି କରିଥିବା ମାନିଥିଲା। ଏହାପରେ ପୁଲିସ ସୀମା କହିବା ଅନୁଯାୟୀ ଏକ ଘରେ ଚଢ଼ଉ କରି ଆଉ ଏକ ବାଇକ୍‌ ଜବତ କରିଥିଲା। ତେବେ ତା ସହ ସମ୍ପୃକ୍ତ ଅନ୍ୟ ଲୁଟେରାଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe