ଖଣ୍ଡଗିରି : ମଙ୍ଗଳବାର ରାତିରେ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଛି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗ୍ର ଜଣେ ସଦସ୍ୟ। ସେ ହେଲା ଗଞ୍ଜାମ ଆସ୍କା ଅଞ୍ଚଳର ଦୀପକ ପ୍ରଧାନ(୨୪)। ପୁଲିସ ତା’ନିକଟରୁ ଏକ ଚୋରି ଆପାଚି ବାଇକ୍ ଜବତ କରିଛି। ଗତ ଅଗଷ୍ଟ ୧୨ ତାରିଖରେ ପ୍ରଦୀପ୍ତ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ଆପାଚି ବାଇକ୍ ଯୋଗେ ଖଣ୍ଡଗିରିରୁ ବାଣୀବିହାର ଦିଗରେ ଯାଉଥିଲେ। ସେ ବରମୁଣ୍ଡା ଓଭରବ୍ରିଜ୍ରେ ପହଞ୍ଚିବାବେଳେ ଏକ କାର୍ରେ ଥିବା ୪ ଜଣ ଦୁର୍ବୃତ୍ତ ପ୍ରଦୀପ୍ତଙ୍କୁ ମାଡ଼ ମାରି ବାଇକ୍ ଛଡ଼ାଇ ନେଇଥିଲେ। ଏହି ଗ୍ୟାଙ୍ଗ୍ରେ ଦୀପକ ଥିଲା। ଗତକାଲି ସେ ଏହି ଚୋରା ବାଇକ୍ ଧରି ସମ୍ ହସ୍ପିଟାଲ ନିକଟରେ ଥିବା ଜାଣି ପୁଲିସ ତାକୁ ଘେରି ଯାଇଥିଲା। ଏହି ଗ୍ୟାଙ୍ଗ୍ର ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ବାଇକ୍ ଲୁଟେରା ଗିରଫ
Advertisment
Follow Us