ଜେଲ୍‌ ଗଲା ବାଇକ୍‌ ଚୋର ଗ୍ୟାଙ୍ଗ୍‌ର ଏଜେଣ୍ଟ

ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭୁବନେଶ୍ୱର: ଅନ୍ତଃରାଜ୍ୟ କାର୍‌ ଚୋରି ରୢାକେଟ୍‌ର ଭୁବନେଶ୍ୱର ଏଜେଣ୍ଟ ଚିନ୍ମୟ ସାହୁର ୫ ଦିନିଆ ରିମାଣ୍ଡ ଶେଷ ହୋଇଛି। ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିବା ପରେ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପଶ୍ଚିମବଙ୍ଗ ସହ ବିଭିନ୍ନ ରାଜ୍ୟରେ ଏହି ରୢାକେଟ୍‌ କାମ କରୁଛି। ଆହୁରି ୩୦ରୁ ଊର୍ଦ୍ଧ୍ବ ଗାଡ଼ି ଜବତ ହେବା ସମ୍ଭାବନା ରହିଛି। ଏହି ରୢାକେଟ୍‌ର ମାଷ୍ଟର ମାଇଣ୍ଡ ଓ ଅନ୍ୟମାନଙ୍କୁ ଧରିବା ପାଇଁ ଏକ ଟିମ୍‌ ପଶ୍ଚିମବଙ୍ଗ ଯାଇଥିବା ୫ ଦିନର ମାରାଥନ୍‌ ଜେରାରେ ପୁଲିସକୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ଏସ୍‌ଆଇ ସଞ୍ଜୟ ଷଣ୍ଢ ଚିନ୍ମୟଠାରୁ ଏକ ଇନୋଭା କ୍ରିଷ୍ଟାଲ(ଏଏସ୍‌୦୧ବିଜେଡ୍‌-୪୯୯୪) ଗାଡ଼ି କିଣିବା ପାଇଁ ଛିଣ୍ଡିଥିବା ଦର ୧୪ ଲକ୍ଷରୁ ୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିଲେ। କିନ୍ତୁ ପରେ ସେ ଏନ୍‌ଓସି କିମ୍ବା ଅନ୍ୟ କୌଣସି କାଗଜପତ୍ର ନ ଦେବାରୁ ସନ୍ଦେହ ହୋଇଥିଲା। ସେ ଲକ୍ଷ୍ମୀସାଗର ଥାନାର ଦ୍ବାରସ୍ଥ ହେବା ପରେ ରୢାକେଟ୍‌ ସମ୍ପର୍କରେ ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe