Photo by : indiatimes.com
ଖଣ୍ଡଗିରି : ରବିବାର ରାତିରେ ସ୍ଥାନୀୟ କୋଳଥିଆସ୍ଥିତ ବିବାହ ମଣ୍ଡପରୁ ବାଇକ୍ ଚୋରି କରି ଖସି ଯାଇଥିବା ଏକ ଚୋରକୁ କୌଶଳକ୍ରମେ ଧରି ଲୋକେ ପୁଲିସ ଜିମାଦେବା ପରେ ସୋମବାର ତାକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଯୁବକ ହେଲେ ଯଦୁପୁର ଅଞ୍ଚଳର ସୟଦ୍ ମମତାଜ୍ ଅଲ୍ଲୀ (୨୮)। ସେ ପୂର୍ବରୁ ବିଭିନ୍ନ ଚୋରି ଅଭିଯୋଗରେ ଗିରଫ ହୋଇଥିବାରୁ ଏକ ଅଭ୍ୟାସଗତ ଚୋର ବୋଲି ପୁଲିସ ସୂଚନା ଦେଇଛି।
ସୂଚନାନୁସାରେ ଗତକାଲି ରାତି ପ୍ରାୟ ୯ଟାବେଳେ ବୋଲଗଡ଼ ଆରିକମା ଅଞ୍ଚଳର ଶେଷଦେବ ପ୍ରଧାନ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ। ସେ ତାଙ୍କ ହଙ୍କ୍ ବାଇକ୍ (ଓଆର୍୦୫ଏଆର୍-୭୮୦୧)କୁ ନେଇ ମଣ୍ଡପ ଭିତରକୁ ଯାଇଥିଲେ। ଭୋଜି ଖାଇ ଫେରିବାବେଳେକୁ ବାଇକ୍ ଚୋରି ହୋଇଯାଇଥିଲା। ପରେ ଶେଷଦେବ ଓ ତାଙ୍କ ବନ୍ଧୁମାନେ ଖଣ୍ଡଗିରି ଅଞ୍ଚଳରେ ବାଇକ୍ ଖୋଜିଥିଲେ। ପରେ ସେମାନେ ବାଇକ୍ଟିକୁ ଦ ଓ୍ଵାର୍ଲ୍ଡ ସୋ ରୁମ୍ ନିକଟରେ ଥୁଆ ହୋଇଥିବା ଦେଖି ଛପି ରହିଥିଲେ। କିଛି ସମୟ ପରେ ମମତାଜ୍ ବାଇକ୍ ନେବାକୁ ବସିଥିବାବେଳେ ଶେଷଦେବ ଓ ତାଙ୍କ ବନ୍ଧୁମାନେ ତାକୁ ମାଡ଼ି ବସିଥିଲେ।
Follow Us