ଆକାଶରୁ ହଠାତ୍‌ କାହିଁକି ଖସି ପଡ଼ୁଛି ପକ୍ଷୀଙ୍କ ମୃତଦେହ ଜାଣନ୍ତୁ!

Advertisment
ଆକାଶରୁ ହଠାତ୍‌ କାହିଁକି ଖସି ପଡ଼ୁଛି ପକ୍ଷୀଙ୍କ ମୃତଦେହ ଜାଣନ୍ତୁ!

ନୂଆଦିଲ୍ଲୀ: ଦିଲ୍ଲୀ ଆକାଶରୁ ପକ୍ଷୀଙ୍କ ମୃତଦେହ ହଠାତ୍‌ ଖସି ପଡ଼ୁଥିବାର ଘଟଣା ସାମ୍ନାକୁ ଆସିଛି। ଏହା କୌଣସି ରୋଗ କିମ୍ବା ଆକ୍ରମଣ ହେତୁ ନୁହେଁ ବରଂ ମନୁଷ୍ୟମାନଙ୍କ କାରଣରୁ ଘଟୁଛି ବୋଲି କୁହାଯାଉଛି। ଦିଲ୍ଲୀରେ ତାପମାତ୍ରା ୪୫ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଫଳରେ ଏହା ଦ୍ୱାରା ଗରମ ପବନ ବହିବା ହେତୁ ଛୋଟଛୋଟ ପକ୍ଷୀ ଉଡୁଥିବା ସମୟରେ ଅଚେତ ହୋଇ ତଳେ ପଡ଼ୁଛନ୍ତି। ମନୁଷ୍ୟ ଅପେକ୍ଷା ଗରମର ଅଧିକ ପ୍ରଭାବ ଏହି ପକ୍ଷୀମାନଙ୍କ ଉପରେ ପଡ଼ୁଛି।

ଆଶ୍ଚର୍ଯ୍ୟର କଥା ହେଉଛି ଏତେ ସଂଖ୍ୟାରେ ପକ୍ଷୀ ମରିକି ପଡ଼ୁଥିବା ସତ୍ତ୍ୱେ ଏଥିପ୍ରତି କାହାରି ଧ୍ୟାନ ହିଁ ନାହିଁ। ଏହାକୁ ବାରବୁଲା କୁୁକୁର ଓ ବିଲେଇ ନିଜର ଭୋଜନ ଆକାରରେ ଗ୍ରହଣ କରୁଛନ୍ତି।

publive-image

ଓ୍ଵାଇଲଡ ଲାଇଫ୍‌ ଏସ୍‌ଓଏସ୍‌ର ପ୍ରତିଷ୍ଠାତା କାର୍ତ୍ତିକ ସତ୍ୟନାରାୟଣଙ୍କ ମୁତାବକ, ଚିଲ ଭଳି ପକ୍ଷୀ ବହୁ ଉଚ୍ଚରେ ଉଡି ଥାଆନ୍ତି। ଏମିତିରେ ଉତ୍ତପ୍ତ ସୂର୍ଯ୍ୟର ପ୍ରଭାବ ସେମାନଙ୍କ ଉପରେ ପଡ଼ିଥାଏ। ଅନେକ ଥର ପକ୍ଷୀମାନେ ଶିକାର କିମ୍ବା ପାଣି ଅନେ୍ଵଷଣରେ ଆକାଶରେ ଉଡି ବୁଲୁଥିବା ସମୟରେ ଅଚେତ ହୋଇ ତଳେ ପଡ଼ୁଛନ୍ତି।

ଦୁର୍ଭାଗ୍ୟର ବିଷୟ, ମନୁଷ୍ୟ ଏହି ପକ୍ଷୀମାନଙ୍କ ସମସ୍ୟାକୁ ଆହୁରି ବଢ଼ାଉଛନ୍ତି। କାରଣ ସେମାନେ ଗଛଲତା କାଟି ପକାଇବା ସହିତ ଗାଡ଼ି ଓ କଳାକାରଖାନାର ବୃଦ୍ଧି କରୁଛନ୍ତି। ଫଳରେ ଏଥିରୁ ବାହାରୁଥିବା ଧୁଆଁ ଛୋଟଛୋଟ ପକ୍ଷୀଙ୍କ ଉପରେ ପଡ଼ୁଛି। ପର୍ଯ୍ୟାବରଣ ଏବଂ ମନ୍ତ୍ରାଳୟର ରେକର୍ଡ ଅନୁସାରେ, ଗତ ତିନିବର୍ଷ ମଧ୍ୟରେ ଦିଲ୍ଲୀର ବିକାଶ ପରିଯୋଜନା ପାଇଁ ୧୫,୦୦୦ ଗଛ କଟା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe