ଚରିତ୍ର ଉପରେ ସନ୍ଦେହ କରି ବିଜେପି ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଚରିତ୍ର ଉପରେ ସନ୍ଦେହ କରି ବିଜେପି ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

aajtak.intoday.in

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ବିଜେପିର ଜନୈକା ମହିଳା ନେତ୍ରୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ଚରିତ୍ର ଉପ‌ରେ ସନ୍ଦେହ କରି ବିଜେପି ନେତ୍ରୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ବାମୀ। ଘଟଣା ଘଟାଇ ଅଭିଯୁକ୍ତ ସ୍ବାମୀ ଏବେ ଫେରାର ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବାକୁ ପଠାଇଛି ପୁଲିସ।

munish_gurugram_020920051359.jpg aajtak.intoday.in

ପୁଲିସର କହିବା ମୁତାବକ, ଘଟଣାଟି ଘଟିଥିଲା ଶନିବାର। ମୃତା ମହିଳା ମୁନେଶ ବିଜେପିର ମୁଖ୍ୟ ମହିଳାକର୍ମୀ ଭାବେ କାମ କରିବା ସହ ନିଜର ଭଲ କାମ ସେ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ ଥିଲେ। ରାଜନୀତିରେ ବେଶ ସକ୍ରିୟ ଥିବା ମୁନେଶଙ୍କୁ ଅନେକ ସମୟରେ ଘରୁ ବାହାରକୁ ଯିବାକୁ ପଡ଼ୁଥିଲା। ବାହାରେ ସେ ଅନେକ ଦଳୀୟ ନେତାଙ୍କ ସହ ମିଶୁଥିବାରୁ ସ୍ବାମୀ ସୁନୀଲଙ୍କୁ ଏହା ପସନ୍ଦ ନଥିଲା।  ଶନିବାର ରାତି ୯ଟା ୩୦‌ରେ  ସୁନୀଲ ଘରକୁ ଫେରିବା ସମୟରେ ମୁନେଶ ତାଙ୍କ ଭଉଣୀଙ୍କ ସହ ଭିଡିଓ କଲ କରି କଥା ହେଉଥିଲେ। କାହା ସହ କଥା ହେଉଛ ବୋଲି ପଚାରି ଝଗଡ଼ା କରିବା ଆରମ୍ଭ କରିଥିଲେ ସୁନୀଲ। ଦୁହିଁଙ୍କ ମଧ୍ୟରେ ବଚସା ଧିରେ ଧିରେ ବଢ଼ିବା ପରେ ସୁନୀଲ ନିଜର ବନ୍ଧୁକ ଆଣି ପତ୍ନୀଙ୍କ ଉପରକୁ ଗୁଳି କରିଥିଲେ। ଗୁଳି ବାଜିବାର ତୁରନ୍ତ ପରେ ତଳେ ଟଳି ପଡ଼ିଥିଲେ ମୁନେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe