ପୁଲିସ ସମ୍ମୁଖରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

Advertisment
ପୁଲିସ ସମ୍ମୁଖରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ: ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଜଣେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସବୁଠାରୁ ଦୁର୍ଭାଗ୍ୟର ବିଷୟ ଯେ, ପୁଲିସ ସମ୍ମୁଖରେ ଆକ୍ରମଣ ହୋଇଛି। ଓ୍ଵାର୍ଡ ନମ୍ବର ୪ ଓ ୭ରେ ନିର୍ବାଚନ ପ୍ରଚାର ବେଳେ ଢେଙ୍କାନାଳ ଜିଲ୍ଲା ବିଜେପି ନେତା ଓ ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ପଣ୍ଡା, ପୂର୍ବତନ ସରପଞ୍ଚ ମଞ୍ଜୁଲତା ସାହୁ ଏବଂ ମହିଳା ମୋର୍ଚ୍ଚା ନେତ୍ରୀ ପ୍ରତିମା ମଶ୍ରଙ୍କୁ ପୁଲିସ ସମ୍ମୁଖରେ ଆକ୍ରମଣ ହୋଇଛି। ଆହତ ହୋଇଥିବା ବିଜେପି କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସାଧାରଣ ଲୋକଙ୍କୁ ଭୟଭୀତ କରି ପ୍ରଶାସନ ସହଯୋଗରେ ମଧ୍ୟ ଏନଏସିକୁ ହାତେଇ ପାରୁ ନ ଥବା ଜାଣିପାରି ବିଜେପି ଦଳର ମହିଳା ନେତ୍ରୀମାନଙ୍କର ଇଜ୍ଜତ ନେବାକୁ ମଧ୍ୟ ଏହି ପଶୁ ତୁଲ୍ୟ ଗୁଣ୍ଡାମାନେ ଉଦ୍ୟମ କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ ଏବଂ ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ କର୍ମୀ ହିନ୍ଦୋଳ ଥାନା ଘେରାଉ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe