ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ଆକ୍ରମଣରେ ୨ ଜଣଙ୍କ ଅବସ୍ଥା ଗୁରୁତର

Advertisment

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦୁଇ ଜଣକୁଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିଜେ ସେହି ଅସ୍ତ୍ରରେ ବେକ କାଟି ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସ଼ଷ୍ଟି କରିଛି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି।

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦୁଇ ଜଣକୁଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିଜେ ସେହି ଅସ୍ତ୍ରରେ ବେକ କାଟି ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସ଼ଷ୍ଟି କରିଛି। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି।

dead woman

କୋରାପୁଟ: ଲମତାପୁଟ ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମରେ ଦୁଇ ଜଣକୁଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନିଜେ ସେହି ଅସ୍ତ୍ରରେ ବେକ କାଟି ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସ଼ଷ୍ଟି କରିଛି। ଆଜି ସକାଳ ସମୟରେ ଟିକରପଡା ଗ୍ରାମର ସଦନ ବଡନାୟକ ଏକ ଧାରୁଆ ଅସ୍ତ୍ରରେ ନିଜ ସଂପର୍କିୟ ଲମତାପୁଟ ବ୍ଲକର ଡାବୁଗୁଡା ପଞ୍ଚାୟତର କଡ୍ରି ଗ୍ରାମର ରାମ କ୍ରିସାନୀଙ୍କୁ ଆକ୍ରମଣ କରିଥିଲେ। ଶ୍ରୀ କ୍ରିସାନୀ ୪ଦିନ ହେଲା ଟିକରପଡା ଗ୍ରାମକୁ କୁଣିଆ ଯାଇଥିଲେ। ତାଙ୍କୁ ଆଜି ଆକ୍ରମଣ କରି ବେକ କାଟିଦେଇଥିବା ବେଳେ ଘରେ ତାଙ୍କର ମୃତଦେହ ଜୁଡୁବୁଡୁ ରକ୍ତାକ୍ତ ଅବସ୍ଥାରେ ଘରେ ପଡିଥିଲା। ତାଙ୍କୁ ବେକ କାଟି ନିଜ ପୁତୁରା ସୁକୁ ବଡନାୟକ (୧୫)ଙ୍କୁ ମଧ୍ୟ ସେହି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ବେଳେ ନିଜେ ବେକ କାଟି ହୋଇଥିବା ଜଣାଯାଇଛି।

କ୍ରିସାନୀ ୪ଦିନ ହେଲା ଟିକରପଡା ଗ୍ରାମକୁ କୁଣିଆ ଯାଇଥିଲେ। ତାଙ୍କୁ ଆଜି ଆକ୍ରମଣ କରି ବେକ କାଟିଦେଇଥିବା ବେଳେ ଘରେ ତାଙ୍କର ମୃତଦେହ ଜୁଡୁବୁଡୁ ରକ୍ତାକ୍ତ ଅବସ୍ଥାରେ ଘରେ ପଡିଥିଲା।

ଗ୍ରାମବାସୀ ଓ ପରିବାର ଲୋକ ସଗେଂ ସଗେଂ ନନ୍ଦପୁର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଚିଂ ରାମ କ୍ରିସାନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି। ଆକ୍ରମଣ କାରୀ ଓ ପୁତୁରା ଛଟପଟ ହେଉଥିବା ଦେଖି ପୁଲିସ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଛି। ଉଭୟଙ୍କର ମେଡିକାଲରେ ଚିକିତ୍ସା ଜାରି ରହିଛି। ପୁଲିସ ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe