ଆଶାରାମଙ୍କ ଆଶ୍ରମରୁ  ସାଧକ ଗୁପ୍ତାଙ୍ଗଛେଦ ଅବସ୍ଥାରେ ଉଦ୍ଧାର

Advertisment
ଆଶାରାମଙ୍କ ଆଶ୍ରମରୁ  ସାଧକ ଗୁପ୍ତାଙ୍ଗଛେଦ ଅବସ୍ଥାରେ ଉଦ୍ଧାର

photo credit- times of india

ଅହମ୍ମଦାବାଦ:ଅହମ୍ମଦାବଦର ମୋଟରାସ୍ଥିତ ଆଶାରାମଙ୍କ ଆଶ୍ରମରେ ଥିବା ଜଣେ ୪୦ ବର୍ଷୀୟ ସାଧକଙ୍କ ଗୁପ୍ତାଙ୍ଗ କଟାଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ଚନ୍ଦଖେଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। କେବଳ ସେତିକି ନୁହେଁ, ଏହି ସାଧକଙ୍କ ବେକ ଓ ଅନ୍ୟାନ୍ୟ ସ୍ଥାନରେ ବହୁ କ୍ଷତ ଚିହ୍ନ ମଧ୍ୟ ରହିଛି। ତେବେ ଘଟଣାସ୍ଥଳରୁ ସାଧକଙ୍କ କଟାଯାଇଥିବା ଗୁପ୍ତାଙ୍ଗଟି ଗାଏବ ହୋଇଯିବା ଘଟଣାକୁ ଅଧିକ ରହସ୍ୟମୟ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମଧ୍ୟପ୍ରଦେଶର ସୁଦାମା ରାଉତ(୪୦ ବର୍ଷ) ଗତ ୧୫ ବର୍ଷ ହେବ ଆଶ୍ରମ ସହିତ ଜଡ଼ିତ। ପୂର୍ବରୁ ସେ ସୂରତ ଆଶ୍ରମରେ ଥିଲେ। ତେବେ ଗତ ଜାନୁଆରି ୧ ତାରିଖ   ସକାଳ ପ୍ରାୟ ୧୦ଟା ୪୫ ମିନିଟ ସମୟରେର ଅଶ୍ରମର ଲୋକେ ତାଙ୍କୁ େଓ୍ଵଲ୍ଡିଂ ରୁୁମ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିଥିଲେ। ସୁଦାମାଙ୍କୁ ଏକ କମ୍ବଳରେ ଘୋଡେଇ ହୋଇଥିବା ଅବସ୍ଥାରେ ଠାବ କରାଯାଇଥିଲା। କମ୍ବଳ ତଳୁ ରକ୍ତ ଝରଝର ହୋଇ ବହୁଥିଲା। ଗୁରୁତର ଅବସ୍ଥାରେ ସୁଦାମାଙ୍କୁ ସିଭିଲ ହସ୍‌ପିଟାଲ ନିଆଯାଇଥିଲା। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିଲେ।

ଏ ସମ୍ପର୍କରେ ଏସିପି ଅର୍ପିତା ପଟେଲ କହିଛନ୍ତି ଯେ ଘଟଣାର ସବୁ ଦିଗରୁ ତଦନ୍ତ କରାଯାଉଛି। ନିଜେ ସାଧକ ସୁଦାମ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ର୍ନାଁ ତାଙ୍କୁ କିଏ ହତ୍ୟା କରିବା ପାଇଁ ଏପରି କରିଛି ତାହା ଜାଣିବା ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ସାଧକ ସୁଦାମଙ୍କ କଟାଯାଇଥିବା ଗୁପ୍ତାଙ୍ଗ କିମ୍ବା ଯେଉଁ ଅସ୍ତ୍ରରେ ତାଙ୍କ ଗୁପ୍ତାଙ୍ଗ କଟାଯାଇଛି ତାହା ଏ ପର୍ଯ୍ୟନ୍ତ ମିଳି ନାହିଁ। ଏପରିକି ଘଟଣାର ୩ ଦିନ ପରେ ମଧ୍ୟ ସୁଦାମଙ୍କ ଚେତା ଫେରି ନ ଥିବାରୁ ସେ କିଛି କହି ପାରୁ ନାହାଁନ୍ତି। ପୁଲିସ ସନ୍ଦେହ କରୁଛି ଯେ ଯଦି ସୁଦାମ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତେବେ ତାଙ୍କ କଟାଯାଇଥିବା ଗୁପ୍ତାଙ୍ଗ ଓ ଏଥିପାଇଁ ବ୍ୟବହୃତ ଅସ୍ତ୍ର ମଧ୍ୟ ସେହି ନିକଟରେ ମିଳିବା କଥା। ମାତ୍ର ତାହା ହୋଇ ନ ଥିବାରୁ ଏହା ଅଧିକ ରହସ୍ୟମୟ ହୋଇ ଉଠିଛି।

publive-image

ସୂଚନା ଯୋଗ୍ୟ ଯେ ୨୦୦୮ ମସିହାରେ ଦୀପକ ଓ ଅଭିଷେକ ବାଘେଲା ନାମକ ଦୁଇ ସମ୍ପର୍କୀୟ ନାବାଳକ ଭାଇଙ୍କ ଗଳିତ ମୃତଦେହ  ମଧ୍ୟ ଏହି ମୋଟରା ଆଶ୍ରମ ପଛପଟୁ  ଜବତ କରାଯାଇଥିଲା। ସେହିପରି ୨୦୧୩ ମସିହାରେ ସୁରତର ଜଣେ ମହିଳା  ଅଭିଯୋଗ କରିଥଲେ ଯେ ସେ ଯେତେବେଳେ ଆଶ୍ରମରେ ରହୁଥିଲେ ତାଙ୍କୁ  ତାଙ୍କୁ ତଥାକଥିକ ବାବା ଦୁଷ୍କର୍ମ କରିଥିିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe