ଜଟଣୀରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ‘ଆଇଓସିଏଲ୍‌’ର ମ୍ୟାନେଜର

Advertisment
ଜଟଣୀରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ‘ଆଇଓସିଏଲ୍‌’ର ମ୍ୟାନେଜର

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଂଚଳରେ ଆଜି ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ଏଥିରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌)ର ମ୍ୟାନେଜର ନୃସିଂହ ସେଠୀ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି। ମାତ୍ର ମ୍ୟାନେଜର ଶ୍ରୀ ସେଠୀଙ୍କ ସମେତ ତାଙ୍କର କାର ଚାଳକ ଶ୍ରୀକାନ୍ତ ମଲ୍ଲିକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

publive-image

ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ନିଜ କାର ଚାଳକଙ୍କ ସହିତ ଅଫିସ କାମ ସାରି ଶ୍ରୀ ସେଠୀ ଆଇଓସିଏଲ୍‌ର ଡିପୋରୁ ଘରକୁ ଯାଉଥିଲେ। ରାତି ପ୍ରାୟ ୮ଟା ସମୟରେ ଦୁର୍ବୃତ୍ତମାନେ ଆଇଓସିଏଲ୍‌ ନିକଟସ୍ଥ ତାରିଣୀ ମନ୍ଦିର ପାଖରେ ବୋମାମାଡ଼ କରିଥିଲେ। ଏହି ବୋମା ମ୍ୟାନେଜରଙ୍କ କାର ଉପରେ ପଡ଼ିଥିଲା। କିନ୍ତୁ ମ୍ୟାନେଜର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ପାଇ ଜଟଣୀ ପୁଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଦାଦାବଟି ଅଥବା ଟେଣ୍ଡର ସଂପର୍କିତ କିଛି ମାମଲାକୁ ନେଇ ଏହି ବୋମାମାଡ଼ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe